ଫ୍ରାନ୍ସ ଯୁଦ୍ଧ ବିମାନ ଉପରେ ଓଁ -ଚକା ତଳେ ଲେମ୍ବୁ ରଖାଯାଇ କରାଗଲା ପୂଜା

Published By : Prameya-News7 Bureau | October 09, 2019 IST

ପ୍ୟାରିସ୍‌ - ଫ୍ରାନ୍ସର ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଏବେ ଭାରତୀୟ ବାୟୁସେନାରେ ସାମିଲ ହେବା । ଦଶହରା ଓ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମ ରାଫେଲ୍‌କୁ ଭାରତକୁ ପ୍ରଦାନ କରାଯାଇଛି । ପ୍ରଥମେ ରାଫେଲ୍‌ର ଶସ୍ତ୍ର ପୂଜା ହୋଇଥିଲା । ଫ୍ରାନ୍ସରେ ନିର୍ମିତ ରାଫେଲ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ଓଁ ଲେଖି ପୂଜା କରିଥିଲେ । ଏହାପରେ ରାଫେଲ୍‌ ଚକା ତଳେ ଲେମ୍ବୁ ରଖାଯାଇଥିଲା ।
ଭାରତୀୟ ପରମ୍ପରା ଅନୁସାରେ କୌଣସି ନୂଆ ଯାନ କିଣା ଗଲେ ଏହାର ଶୁଭ କାମନା ଅନୁସାରେ ଚକାତଳେ ଲେମ୍ବୁ ରଖାଯିବା ସହ ପୂଜାର୍ଚ୍ଚନା କରାଯାଇଥାଏ । ରାଫେଲ୍‌ର ପୂଜା ଫ୍ରାନ୍ସରେ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ପରମ୍ପରା ଅନୁସାରେ କରାଯାଇଥିଲା । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରାୟ ଅଧଘଣ୍ଟା ଧରି ରାଫେଲ୍‌ ରେ ଉଡାଣ ଭରିଥିଲେ ।

{"id":167980}

ଭାରତୀୟ ବାୟୁସେନା ଅନୁସାରେ ରାଫେଲ୍‌କୁ ଫ୍ରାନ୍ସରେ ନିର୍ମାଣ କରାଯାଇଛି । ପ୍ରଥମ ରାଫେଲ୍‌ରେ ସଂଖ୍ୟା RB001 । ଭାରତକୁ ସର୍ବମୋଟ ୩୬ଟି ରାଫେଲ୍‌ ମିଳିବ । ଏଥିରୁ ୧୮ଟି ଅମ୍ବାଲା ଓ ୧୮ଟି ଅରୁଣାଚଳ ପ୍ରଦେଶ ନିକଟରେ ମୁତୟନ କରାଯିବ । ପାକିସ୍ତାନ ଓ ଚୀନ୍‌ ଠାରୁ ମିଳୁଥିବା ଆହ୍ୱାନର ସମ୍ମୁଖୀନ କରିହେବ ।

ରାଫେଲ୍‌ ୪.୫ ଜେନେରେସନ୍‌ର ଯୁଦ୍ଧ ବିମାନ । ଏହାର ଓଜନ ୨୪୫୦୦ କିଲୋଗ୍ରାମ । ଏଥିରେ ୧୨୪ ରାଉଣ୍ଡ ଗୁଳି ବାହାରିବ । ପରମାଣୁ ଯୁଦ୍ଧାସ୍ତ୍ର ସହ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ରାଫେଲ୍‌ ବହନ କରିବାର କ୍ଷମତା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.