ଓଡିଶାରେ ମାତିଛନ୍ତି ଓମ ବାବା : ନିଜକୁ ତନ୍ତ୍ର ସମ୍ରାଟ କହିବା ସହ କରୁଛନ୍ତି ଅବାନ୍ତର ପ୍ରଳାପ, ପ୍ରଶ୍ନ ପଚାରିଲେ ରାଗିଯାଇ ଷ୍ଟୁଡିଓ ଛାଡି ଚାଲିଯାଉଛନ୍ତି …

Published By : Prameya-News7 Bureau | October 15, 2019 IST

ଭୁବନେଶ୍ବର୧୫|୧୦; ବାବା ବନାଇବେ ଦ୍ବିତୀୟ କୋଣାର୍କ । ଦାରା ସିଂଙ୍କୁ ମୁକ୍ତି କରିବେ । ଏମିତି କଥା କହିଛନ୍ତି ଓମ୍ ବାବା । ଏହି ବାବା ଜଣଙ୍କ ହେଉଛନ୍ତି ବିଗ୍ ବସର ଚର୍ଚ୍ଚିତ ଚେହେରା ଓମ୍ ବାବା । ବାବା ଏବେ ଓଡ଼ିଶାରେ ମାତିଛନ୍ତି । ଏଠି ତାଙ୍କର କଣ କାରନାମା ରହିଛି ଜାଣନ୍ତୁ ।

{"id":170466}

ବାବାଙ୍କୁ ଘାରିଛି କୋଣାର୍କ ନିଶା । ନିଜର ବିତଣ୍ଡା କାର୍ଯ୍ୟ ଲାଗି ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚିତ ଏହି ବାବା ଏବେ ଓଡ଼ିଶାରେ ମାତିଛନ୍ତି । କହୁଛନ୍ତି ଦ୍ବିତୀୟ କୋଣାର୍କ ମନ୍ଦିର ବନାଇବେ । ଏଥିଲାଗି ଚନ୍ଦ୍ରଭାଗାରେ ଜାଗା ବି କିଣି ସାରିଲେଣି । ୧୨ ଶହ କାରିଗର ଲାଗି ୧୨ ବର୍ଷରେ ଯେଉଁ କୋଣାର୍କ ତିଆରି କରିଥିଲେ ସେହିଭଳି ଅବିକଳ କୋଣାର୍କ କୁଆଡେ ଗୋଟିଏ ବର୍ଷରେ ଛିଡ଼ା କରିବେ । ଦେଶର ବହୁ ବଡ଼ ବଡ଼ କର୍ପୋରେଟ ହାଉସ ଏଥିଲାଗି ଫଣ୍ଡିଂ କରିବେ । ରାଜନେତାଙ୍କ ବି ତାଙ୍କ ପଛରେ ସହଯୋଗ ଅଛି । ଭୁବନେଶ୍ବରରେ ଏକ ପ୍ରେସମିଟରେ ଏମିତି ବଡ଼ ବଡ଼ କଥା ଫିଙ୍ଗିଛନ୍ତି ବିଗ୍ ବସର ଚର୍ଚ୍ଚିତ ଚେହେରା ଏହି ଓମ୍ ବାବା।

wp:html /wp:html


ତାଙ୍କ ମିଶନରେ ଦାରା ସିଂଙ୍କ ମୁକ୍ତି କଥା ବି କହିଛନ୍ତି ଓମ୍ ବାବା । ପୁରୀରେ ମଠ ଭାଙ୍ଗିବା ବିରୋଧରେ ରଣହୁଙ୍କାର ଛାଡ଼ିଛନ୍ତି । ବାବାଙ୍କ ଏଭଳି ବିଗ୍ ଚ୍ୟାଲେଞ୍ଜକୁ ନେଇ ନ୍ୟୁଜ୭ ଷ୍ଟୁଡ଼ିଓରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜକୁ ତନ୍ତ୍ର ସମ୍ରାଟ ଓ ତାଙ୍କ ସହାୟତାରେ ଅନେକ ବଡ଼ ବଡ଼ ନେତା ତନ୍ତ୍ର ସାଧନା କରୁଥିବା କହିବାକୁ ବି ପଛାଇ ନାହାନ୍ତି । ଅନେକ ଆକ୍ଷେପମୂଳକ ମନ୍ତବ୍ୟ ବି ଦେଇଛନ୍ତି । ତେବେ ତାଙ୍କ ଯୁକ୍ତିକୁ ଯେବେ ନ୍ୟୁଜ୭ ଉପସ୍ଥାପକ ବିରୋଧ କରିଥିଲେ । ସେ ଉତକ୍ଷିପ୍ତ ହୋଇ ଷ୍ଟୁଡିଓ ଛାଡି ଚାଲିଯିବାକୁ ବସିଥିଲେ ।

{"id":170467}


ବାରମ୍ବାର ନିଜ ସ୍ଥାନ ଛାଡ଼ି ଉଠି ଯିବାକୁ ବାହାରିଥିଲେ ବାବା। କେବଳ ସେତିକି ନୁହେଁ ଦେଶ ଓ ରାଜ୍ୟକୁ ନେଇ ବାବାଙ୍କ ଭବିଷ୍ୟବାଣୀ ହେଲା ଖୁବ୍ ଶୀଘ୍ର ପିଓକେ ଭାରତରେ ମିଶିବ ଓ ଓଡ଼ିଶା ଦେଶର ସବୁଠୁ ବିକଶିତ ରାଜ୍ୟ ହେବ ।

{"id":170468}


ଦେଶ ବିଦେଶରେ ଓମ୍ ବାବାଙ୍କ ଅନେକ ଅନୁଗାମୀ ଅଛନ୍ତି । ହେଲେ ତାଙ୍କ କଥା ଶୁଣିଲେ ବିଶ୍ବାସ କମ୍ କମ୍ ବରଂ ଏଥିରେ ଭାଣ୍ଡାମୀ ବେଶୀ ଥିବା ଭଳି ଲାଗୁଛି ।

{"id":170469}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.