ପୁଲ୍ଓ୍ଵାମାରେ ସହିଦ ଦୁଇ ଓଡ଼ିଆଙ୍କୁ ସହାୟତା ଦେଲେ ଓଲିଉଡ୍ ଷ୍ଟାର୍ ଅର୍ଦ୍ଧେନ୍ଦୁ

Published By : Prameya-News7 Bureau | February 23, 2019 IST

ଭୁବନେଶ୍ୱର, ୨୨/-୦୨ : ଜମ୍ମୁ କଶ୍ମୀରର ପୁଲ୍‌ଓ୍ଵାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଆର୍ଥିକ ସହାୟତା ଦେଲେ ଓଡ଼ିଆ ଚଳଚ୍ଚିତ୍ର ତାରକା ଅର୍ଦ୍ଧେନ୍ଦୁ । ପ୍ରତେ୍ୟକ ସହିଦଙ୍କ ଗାଁରେ ପହଞ୍ଚି ପରିବାର ଲୋକଙ୍କ ହାତରେ ଲକ୍ଷେ ଟଙ୍କା କରି ସହାୟତା ପ୍ରଦାନ କରିଥିଲେ ଅର୍ଦ୍ଧେନ୍ଦୁ। କେନ୍ଦ୍ର ଓ ରାଜ୍ୟସରକାରଙ୍କ ବ୍ୟତୀତ କିଛି ଘରୋଇ କମ୍ପାନୀ ଏବଂ ବଲିଉଡ୍‌ ଷ୍ଟାର୍‌ ଓ ଭାରତୀୟ କ୍ରିକେର୍ଟ‌ମାନେ ପୁଲ୍‌ଓ୍ଵାମା ସହିଦମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ଏକମାତ୍ର ଓଡ଼ିଆ ସିନେତାରକା ଅର୍ଦ୍ଧେନ୍ଦୁ ଏଇ ଅନୁଦାନ ଦେଇ ନିଜର ମହତପଣିଆର ପରିଚୟ ଦେଇଛନ୍ତି। ଏହାସହିତ ଓଲିଉଡ୍‌କୁ ମଧ୍ୟ ଗୌରବାନ୍ଵିତ କରିଛନ୍ତି।

{"id":87926,"width":593,"height":395}

ସୂଚନାଥାଉକି ଜମ୍ମୁ-କଶ୍ମୀରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ସିଆର୍‌ପିଏଫ୍‌ ଜବାନ୍‌ଙ୍କ ମଧ୍ୟରେ ଦୁଇ ଓଡ଼ିଆ ପୁଅ ମଧ୍ୟ ସହିଦ ହୋଇଥିଲେ। ସେମାନେ ହେଲେ ଜଗତସିଂହପୁରର ପ୍ରସନ୍ନ ସାହୁ ଓ ନିଆଳି ଥାନା ରତନପୁର ଗାଁର ମନୋଜ ବେହେରା। ଏହି ଦୁଇ ସହିଦଙ୍କୁ ସହାୟତା ଦେଇଥିବା ଚଳଚ୍ଚିତ୍ର ଅଭିନେତା ଅର୍ଦ୍ଧେନ୍ଦୁ ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବ୍ଲାକ୍‌ମେଲ୍‌’ର ନାୟକ ସାଜିଥିଲେ। ଚଳଚ୍ଚିତ୍ରରେ ନିଜର ଅଭିନୟ ଜାରି ରଖିଥିବା ଅର୍ଦ୍ଧେନ୍ଦୁଙ୍କ ଭିତରେ ବି ଦେଶପ୍ରୀତି ଓ ସେବାମୂଳକ ମନୋଭାବ ରହିଛି ଜାଣି ସହିଦଙ୍କ ଗାଁଲୋକେ ଖୁସି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.