Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ହୀରୋଇନ୍ ସେ ରାଣୀ ମହୁମାଛି : ପଇସାବାଲା ଦେଖି ଫସାନ୍ତି,ଏମିତି କେତେ ଲୁଟିଛନ୍ତି

28/12/2019 at 11:35 AM

ଭୁବନେଶ୍ୱର,୨୭/୧୨: ବିବାହ ପ୍ରତିଶ୍ରୁତି ଦେଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ଶିବ କୁମାରଙ୍କୁ ଲୁଟିଥିବା ଅଭିନେତ୍ରୀଙ୍କ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । କେବଳ ଯେ ଶିବ ଅଭିନେତ୍ରୀଙ୍କ ମାୟା ଜାଲରେ ପଡିଛନ୍ତି ତା’ ନୁହେଁ, ତାଙ୍କ ଭଳି ଅନେକ ଧନୀ ଯୁବକଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଲୁଟିଛନ୍ତି । ସିନେମାରେ ସୁଯୋଗ ଦେବାକୁ କହି ମଧ୍ୟ ଅନେକ ଯୁବକ ଓ ଯୁବତୀଙ୍କୁ ଠକିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି କାମରେ ଅଭିନେତ୍ରୀଙ୍କୁ ସହଯୋଗ କରୁଛନ୍ତି କାଷ୍ଟିଂକାଉଚ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିବା ସତ୍ୟବ୍ରତ  ସାହୁ । ଏ ସବୁ କେଳେଙ୍କାରୀ ଦେଖି ପୁଲିସ୍‌ କେଉଁଠୁ ତଦନ୍ତ ଆରମ୍ଭ କରିବ ଜାଣି ପାରୁନାହିଁ ।

ସତ୍ୟବ୍ରତ ହେଉଛନ୍ତି ସଂପୃକ୍ତ ଅଭିନେତ୍ରୀଙ୍କ ଖାସ ଲୋକ । ଉଭୟଙ୍କ କାମ ହେଲା ଯୁବତୀ ଓ ଯୁବକମାନଙ୍କ ସିନେମାରେ ସୁଯୋଗ ଦେବାକୁ କହି ଲୁଟିବା । ଅଭିନେତ୍ରୀଙ୍କ ପ୍ରଥମ କାମ ହେଲା ଫେସ୍‌ବୁକ୍‌ରେ ଶିକାର ଖୋଜିବା । ଫାସରେ ପଡ଼ିଲେ ତାଙ୍କୁ ସିନେମାରେ ଅଭିନୟ ସୁଯୋଗ ଦେବାକୁ କହି ଭୁବନେଶ୍ୱର ଡାକିବା । ତା’ପରେ ବିଭିନ୍ନ ବାହାନା ଦେଖାଇ ସେମାନଙ୍କଠୁ ଟଙ୍କା ଲୁଟିବା ।  ଦ୍ୱିତୀୟ କାମ ହେଲା ମ୍ୟାଟ୍ରିମୋନିଆଲ୍‌ ୱେବ୍‌ ସାଇଟ୍‌ରେ ଏକ ଆକାଉଣ୍ଟ ଖୋଲିଥିବା ପଇସାବାଲା ଯୁବକଙ୍କ ସହିତ ବିବାହର ନାଟକ ରଚି ତାଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ପକାଇବା । ସେହି ଟଙ୍କାରେ ବିଳାସପୂର୍ଣ୍ଣ ଜୀବନଯାପନ କରିବା । ଏମିତି ଢଙ୍ଗରେ ଉଭୟେ ରାଜ୍ୟର ଅନେକ ଯୁବକଙ୍କୁ ଲୁଟିଛନ୍ତି ।

ସତ୍ୟବ୍ରତର କାମ ହେଲା ସୁନ୍ଦର ଯୁବତୀମାନଙ୍କୁ ଡାକି ଫିଲ୍ମରେ କାମ ଦେବା ନାଁରେ କାଷ୍ଟିଂ କାଉଚ୍‌ ପରେ ବ୍ଲାକ୍‌ମେଲିଂ କରିବା । ଏମିତି କରି ୨୦୧୫ରେ ସତ୍ୟବ୍ରତ ଗିରଫ ହୋଇ ଜେଲ୍‌ ଯାଇଥିଲେ । ଅଭିନେତ୍ରୀ ଜଣକ ୨୦୧୭ ମାର୍ଚ୍ଚରେ ଝାରସୁଗୁଡ଼ାର ନିରଞ୍ଜନ ନାଥଙ୍କୁ ମଧ୍ୟ ମ୍ୟାଟ୍ରିମନିଆଲ୍‌ ୱେବ୍‌ ସାଇଟ୍‌ରେ ଯୋଗାଯୋଗ କରିଥିଲେ । ବାହା ହେବାକୁ ପ୍ରତିଶ୍ରୁତି ଦେଇ ୨ ଲକ୍ଷ ୭୦ ହଜାର ଟଙ୍କା ପକାଇଥିଲେ । ୨୦୧୮ରେ ଜାନୁଆରୀରେ ନିରଞ୍ଜନ ବିବାହ ପାଇଁ ଜିଦ କରିବାରୁ ତାଙ୍କୁ ଦିନ ଗଡ଼ାଇ ଚାଲିଥିଲେ । ପରେ ନିରଞ୍ଜନ ଠକାମିରେ ପଡିଥିବା କଥା ଜାଣି ଏତଲା ଦେବାକୁ ଧମକ ଦେଇଥିଲେ । ତେଣୁ ଅଭିନେତ୍ରୀ ୨ ମାସ ମଧ୍ୟରେ ନିରଞ୍ଜନଙ୍କୁ ଟଙ୍କା ଫେରାଇବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ଟଙ୍କା ଫେରାଇ ନାହାନ୍ତି । ଏପଟେ ଶିବଙ୍କୁ ସତ୍ୟବ୍ରତ ଫୋନ୍‌ କରି କହିଛନ୍ତି, ତୁମେ ଭୁବନେଶ୍ୱର ଆସି ଏତଲା ଉଠାଇ ଦେଇ ସବୁ ଜିନିଷ ଫେରସ୍ତ ନିଅ । ଅଭିନେତ୍ରୀ ମଧ୍ୟ ଏତଲାକାରୀ ଶିବକୁ ଫୋନ୍‌ରେ କହିଛନ୍ତି, ମୋ ପଛରେ ନେତା-ମନ୍ତ୍ରୀ ପାଗଳ । ତୁମ ଏତଲା କିଛି କାମ ଦେବନି ।

ସେହିଭଳି ୨୦୦୯-୧୦ରେ ଜଣେ ଯୁବତୀ ଅଭିନେତ୍ରୀ ହେବା ନିଶାରେ ଗ୍ଲାମର ଜଗତକୁ ଆସିଥିଲେ । ନୂଆଦିଲ୍ଲୀଠାରେ ଏକ ଆଲବମ୍‌ ସୁଟିଂ ବେଳେ ତାଙ୍କର ସତ୍ୟବ୍ରତଙ୍କ ସହ ସାକ୍ଷାତ ହୋଇଥିଲା । ପରବର୍ତ୍ତୀ ସମୟରେ ସତ୍ୟବ୍ରତ ତାଙ୍କୁ ଆଲବମରେ ଅଭିନୟ କରିବା ସୁଯୋଗ ଦେଇଥିଲେ । ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ସଂପୃକ୍ତ ଯୁବତୀଙ୍କ ଠାରୁ ସତ୍ୟବ୍ରତ ସାଢ଼େ ୪  ଲକ୍ଷ ଟଙ୍କା ନେଇଥିଲେ । ୨୦୧୨ ଜାନୁଆରୀ ୧ ତାରିଖରେ ଦୁହେଁ ଯାଜପୁର ବିରଜା ମନ୍ଦିରରେ ବିବାହ କରିଥିଲେ । କିଛି ଦିନ ପରେ ସତ୍ୟବ୍ରତ ତାଙ୍କୁ ଛାଡ଼ିଦେଇ ନୂଆ ଝିଅଙ୍କ ସହ ସମ୍ପର୍କ ରଖିଥିଲେ । ଏହା ଜାଣି ସଂପୃକ୍ତ ଯୁବତୀ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ସତ୍ୟବ୍ରତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜେଲ୍‌ରୁ ଫେରିବା ପରେ ବି ସତ୍ୟବ୍ରତ ଏହି କେଳେଙ୍କାରୀରେ ଲିପ୍ତ ଥିବା ପୁଲିସ କହିଛି ।

   Related Posts