Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଙ୍ଗିଂ ସେନ୍ସେ‌ସନ : କୋରାପୁଟ ଆଦିବାସୀ ଝିଅ ନମିତାଙ୍କୁ ବ୍ରେକ୍ ଦେବେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ

16/09/2020 at 3:12 PM

ଭୁବନେଶ୍ୱର,୧୬/୦୯: କୋରାପୁଟ ବନ୍ଧୁ ଗାଁ ବ୍ଲକ୍‌ ଚିନ୍ତାଗୁଡ଼ାର ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଆଡ଼େ ଚର୍ଚ୍ଚା । ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଆଦି ଭାଷାରେ ତାଙ୍କ ଗୀତ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଛି । ଏବେ ତାଙ୍କୁ ବିଭିନ୍ନ ଆଡ଼ୁ ଅଫର୍‌ ମିଳିବା ଆରମ୍ଭ ହୋଇଛି । ଏପରିକି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି ।

ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ବର୍ଷା ନମିତାଙ୍କୁ ପ୍ରଶଂସା କରିବା ସହ ଘୋଷଣା କରିଛନ୍ତି, ତାଙ୍କର କି ଯାଦୁକରୀ ସ୍ୱର । ସତରେ ଈଶ୍ୱର ଦତ୍ତ । ସାନ ଭଉଣୀ ନମିତା ସହ ମୋର ପ୍ରାର୍ଥନା ଓ ଆଶୀର୍ବାଦ ରହିଛି । ଦକ୍ଷତା ଲୁଚି ନରହୁ। ମୁଁ ତାଙ୍କର ଏ ଯାତ୍ରାରେ ଛୋଟ ଭୂମିକା ତୁଲାଇବାକୁ ଚାହୁଁଛି । ମୁଁ ତାଙ୍କ ସ୍ୱପ୍ନ ପୂରଣ ପାଇଁ ସହାୟତା କରିବାକୁ ଚାହୁଁଛି। ମୁଁ ଚାହିଁବି ସେ ଏହି ପ୍ରୟାସରେ ଜଣେ ସଙ୍ଗୀତ ଗୁରୁଙ୍କ ଦିଗ୍‌ଦର୍ଶନରେ ଏକ ଜଗନ୍ନାଥ ଭଜନରୁ କ୍ୟାରିୟର୍‌ ଆରମ୍ଭ କରନ୍ତୁ ।

ନିଜ ଉପରେ ବିଶ୍ୱାସ ରଖ, ଆମେ ସମସ୍ତେ ତୁମ ସହ ଅଛୁ । ଜୟ ଜଗନ୍ନାଥ । ଇତିମଧ୍ୟରେ କୋରାପୁଟ ଜିଲ୍ଲାପାଳ ମଧ୍ୟ ନମିତାଙ୍କୁ ଭେଟିଛନ୍ତି । ତାଙ୍କ ପରିବାରର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା କରିଛନ୍ତି । ସେ ଏଥିରୁ କିଛି ବିନିଯୋଗ କରି ଟିଭିଟିଏ କିଣିବେ ବୋଲି କହିଛନ୍ତି । ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ନମିତା ଗୀତ ଗାଉଥିବାର ଏକ ଭିଡିଓ । ଏହାରି ମାଧ୍ୟମରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

   Related Posts