ସ୍ଵାଧୀନତା ଦିବସ ସମାରୋହରେ ସ୍ଵତନ୍ତ୍ର ଅତିଥି ହେବେ ଅଲିମ୍ପିକ ଟିମ୍, ଘରେ ସିନ୍ଧୁଙ୍କ ସହ ଆଇସକ୍ରିମ ଖାଇବେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | August 03, 2021 IST

ନୂଆଦିଲ୍ଲୀ ୦୩।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ ଭାରତୀୟ ଅଲିମ୍ପିକ ଦଳର ପ୍ରତିଟି ସଦସ୍ୟଙ୍କୁ ପାର୍ଟି ଦେବେ। ସେ କାଂସ୍ୟ ପଦକ ଜିତିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିବେ। ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଖେଳାଳିଙ୍କୁ ପ୍ରଥମେ ଲାଲକିଲ୍ଲା  ଡକାଇବେ ଏବଂ ଏହା ପରେ ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରତିଟି ଖେଳାଳିଙ୍କୁ ଭେଟି ଆଲୋଚନା କରିବେ।

ଇତିହାସରେ ପ୍ରଥମ ଥର

ଦେଶର ଇତିହାସରେ ପ୍ରଥମ ଥର ଏମିତି ହେବାକୁ ଯାଉଛି। ପ୍ରଥମ ଥର ଅଲିମ୍ପିକରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳର ପୂରା ଦଳକୁ ସ୍ଵାଧୀନତା ଦିବସ ସମାରୋହରେ ସ୍ଵତନ୍ତ୍ର ଅତିଥି ଭାବେ ଲାଲକିଲ୍ଲାକୁ ଆମନ୍ତ୍ରଣ କରାଯିବ। ଖେଳାଳିଙ୍କୁ ଏହା ପୂର୍ବରୁ ଏହି ଧରଣର ସମ୍ମାନ କେବେ ମିଳିନଥିଲା। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ବାସଭବନରେ ବ୍ୟକ୍ତିଗତ ଭାବେ ଖେଳାଳିଙ୍କୁ ଭେଟିବା ସହ ଆଲୋଚନା କରିବେ।

{"id":490318,"sizeSlug":"full","linkDestination":"none"}

ଟୋକିଓ ଅଲିମ୍ପିକରେ ୨୨୮ ଜଣିଆ ଭାରତୀୟ ଦଳ

ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ ୨୦୨୦ରେ ଭାରତ ୨୨୮ଜଣିଆ ଖେଳାଳି ଓ ପ୍ରବନ୍ଧକଙ୍କ ବଡ ଦଳ ପଠାଇଥିଲା। ଏଥିରୁ ୧୨୦ ଜଣ ଆଥଲେଟ୍ ଥିବା ବେଳେ ବାକି କୋଚ୍ ଏବଂ ମ୍ୟାନେଜମେଣ୍ଟ ଦଳର ସଦସ୍ୟ ଥିଲେ। ଭାରତ ଏ ପର୍ଯ୍ୟନ୍ତ ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ମିଳିଛି। ପୁରୁଷ ଏବଂ ମହିଳା ହକି ଦଳଠୁ ପଦକ ଆଶା ରହିଛି।

ଜୁଲାଇ ୨୪ରେ ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ  ଜିତି ଭାରତକୁ ପ୍ରଥମ ପଦକ ଦେଇଥିଲେ। ଏହା ପରେ ଅଗଷ୍ଟ ୧ରେ ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.