Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସିନିୟରଙ୍କ ପରେ ମୈଦାନଙ୍କୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି ଜୁନିୟର, ଭାଇରାଲ ହେଉଛି ଭିଡିଓ

27/07/2021 at 11:58 AM

ନୂଆଦିଲ୍ଲୀ ୨୭/୭ : ଟୋକିଓ ଅଲିମ୍ପିକରେ ମେଡାଲ ଜିତିବା ପରେ ଚାନୁଙ୍କୁ ସାରା ଦେଶ କରୁଛି ସଲାମ । ସମସ୍ତେ ନିଜ ନିଜ ସ୍ତରରେ ମୀରାବାଈ ଚାନୁଙ୍କୁ ଜଣାଉଛନ୍ତି ଶୁଭକାମନା । କେହି କେହି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି । ଆଉ ସଫଳତା ପାଇଁ କେଉଁଠି ସେଲିବ୍ରେସନ ବି କରାଯାଉଛି । ତେବେ ଚାନୁ ଯେ, କେବଳ ଦେଶପାଇଁ ଗୌରବ ଆଣିଛନ୍ତି ସତ ତା ନୁହେଁ ଆହୁରି ମଧ୍ୟ ସେ ଅନେକ ମହିଳା ତଥା ଝିଅମାନଙ୍କ ପାଇଁ ବନିଯାଇଛନ୍ତି ପ୍ରେରଣା ।

ତେବେ ଜଣେ କୁନି ଝିଅ ଅଲଗା ଅନ୍ଦାଜରେ ଚାନୁଙ୍କୁ ତାଙ୍କ ସଫଳତାର ଶୁଭାକାମନା ଜଣାଉଛି । ଆଉ ଭାରତ୍ତୋଳନ କରି ଚାନୁଙ୍କୁ କରୁଛି ସଲାମ । ଟ୍ୱିଟରରେ ଭାଇରାଲ ହୋଇଥିବା ଏହି ଭିଡିଓଟି ବେଶ୍ ଟ୍ରେଣ୍ଡ କରିବାରେ ଲାଗିଛି । ଭିଡିଓରେ ଜଣେ ଛୋଟ ଝିଅ ମୀରାବାଈଙ୍କ ପରି ଘରେ ଭାରଉତ୍ତୋଳନ କରୁଛି । ଆଉ ପଛରେ ଲାଗିଛି ଟିଭି । ଟିଭିରେ ଚାନୁ ଯେମିତି ୟେଉଁ କୌଶଳରେ ଭାର ଉଠାଉଛନ୍ତି ।

ଠିକ୍ ସେହିପରି ଛୋଟ ଝିଅଟି ମଧ୍ୟ ଅନୁରୂପ ଢଙ୍ଗରେ ନିଜକ କୌଶଳ ଦେଖାଉଛି । ଚାନୁଙ୍କ ପଦକ ଜତିବାର ସେଇ ଐତିହାସିକ ମୂହୂର୍ତ୍ତର ପ୍ରତିଟି ଢଙ୍ଗକୁ ସେ ପିଲାଟି ମଧ୍ୟ କପି କରି ଦେଖାଉଛି । ଭିଡିଓଟିକୁ ସେୟାର କରି ଜଣେ ୟୁଜର ଲେଖିଛନ୍ତି ଜୁନିୟର ମାରାବାଈ ଚାନୂ । ୨୬ ଜୁଲାଇ ରାତି ୧୨ଟାରେ ପୋଷ୍ଟଟି ହୋଇଥିବା ଏହି ଭିଡିଓଟିକୁ ବହୁତ ଲାଇକ ଓ ସେୟାର କରାଗଲାଣି ।

   Related Posts