Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଅଲିମ୍ପିକ୍ସରେ ଏମିତି ଘଟିଲା, ସନ୍ତରଣକାରୀଙ୍କୁ ବାଟ ଓଗାଳିଲା ମିଡିଆ ବୋଟ୍, ଭିଡିଓ ଭାଇରାଲ

27/07/2021 at 12:52 PM

ନୂଆଦିଲ୍ଲୀ,୨୭/୦୭:  ଆରମ୍ଭ ହୋଇସାରିଛି ଅଲିମ୍ପିକ୍ ୨୦୨୦ । ତେବେ ପୁରୁଷ ସନ୍ତରଣ କ୍ରୀଡା ଚାଲିଥିବା ବେଲେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ସନ୍ତରଣକାରୀଙ୍କ ବାଟ ହୁଡିଥିଲା ଏକ ଡଙ୍ଗା । ଯାହାଫଳରେ ଅର୍ଧାଧିକ କ୍ରୀଡାବିତ୍ ଅସୁବିଧାର ସାମ୍ନା କରିଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସନ୍ତରଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସନ୍ତରଣକାରୀ । ୫୬ ଜଣ ପ୍ରତିଯୋଗୀ ଅପେକ୍ଷା କରିଥିଲେ । ଏହାପରେ ରେଫରିଙ୍କ ଶବ୍ଦରେ ସେମାନେ ପହଁରିବା ପାଇଁ ପାଣିକୁ ଡେଇଁଥିଲେ । କିନ୍ତୁ ସେମାନଙ୍କ ରାସ୍ତାରେ ଏକ ଡଙ୍ଗା ରହିଥିଲା । ଯାହାଫଳରେ ଅର୍ଧାଧିକ ସନ୍ତରଣକାରୀ ଠିକ ଭାବେ ପହଁରି ପାରିନଥିଲେ । ଡଙ୍ଗା ଯିବାକୁ ସେମାନେ ଅପେକ୍ଷା କରିଥିଲେ ।

ଏହି ଡଙ୍ଗା ଅଲିମ୍ପିକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିୟୋଜିତ କରାଯାଇଥିଲା । ଯେଉଁଥିରେ ଏକ କ୍ୟାମେରା ଥିଲା । ତେବେ ଯେତେବେଳେ ଡଙ୍ଗାର ଡ୍ରାଇଭର ନିଜ ଭୁଲ୍ ଜାଣିପାରିଥିଲେ, ସେ ସନ୍ତରଣକାରୀଙ୍କ ରାସ୍ତାରୁ ଓହରି ଯାଇଥିଲେ । କିନ୍ତୁ ସେତେବେଳକୁ ବିଳମ୍ବ ହୋଇସାରିଥିଲା ।

ତେବେ କର୍ତୃପକ୍ଷ ଏହା ଜାଣିବା ପରେ ସନ୍ତରଣକାରୀଙ୍କୁ ଅଟକିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ବନ୍ଧୁକ ଫୁଟା ଯାଇଥିଲା । କିନ୍ତୁ ଅନେକ ଏହି ଶବ୍ଦକୁ ଶୁଣି ପାରିନଥିଲେ । ଫଳରେ ଅନେକ ଛୋଟଛୋଟ ଡଙ୍ଗାକୁ ସେମାନଙ୍କୁ ଅଟକାଇବା ପାଇଁ ପଠାଯାଇଥିଲା । ଏହାପରେ ରେସ୍ ପୁଣିଥରେ ଆରମ୍ଭ ହୋଇଥିଲା ।

କିଛି ଆଥଲେଟ୍ କହିଛନ୍ତି ଯେ, ଏହି ବୋଟ ଦ୍ୱାରା ସେମାନେ ଆହତ ହେବାର ସମ୍ଭାବନା ରହିଥିଲା । କାରଣ ଡଙ୍ଗାଟି କ୍ଷୀପ୍ର ଗତିରେ ପଛକୁ ଫେରୁଥିଲେ । ତେବେ କୌଣସି ଆଥଲେଟ୍ ବା ପ୍ରତିଯୋଗୀ ଏଥିରେ ଆହତ ହୋଇନାହାଁନ୍ତି ବୋଲି ଜଣାପଡିଛି ।

   Related Posts