ସ୍ୱପ୍ନ ପୂରଣ କଲେ ନୀରଜ: ବାପା, ମାଆଙ୍କୁ ପ୍ରଥମ ଥର ପାଇଁ ବିମାନରେ କରାଇଲେ ଯାତ୍ରା, ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧/୦୯ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ସାକାର ହୋଇଛି । ଜାଭେଲିନ୍ ଥ୍ରୋରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ଜିତିଥିବା ନୀରଜ ଶନିବାର ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ଚାର୍ଟାର୍ଡ ​​ବିମାନରେ ନୀରଜ ତାଙ୍କ ପିତାମାତାଙ୍କ ସହ ଏକ ଫଟୋ ସେୟାର କରିଥିଲେ ।

wp:html /wp:html

ସେ ଚିତ୍ର ସେୟାର କରି ଏହାର କ୍ୟାପସନରେ ଲେଖିଥିଲେ, 'ଆଜି ଜୀବନର ସ୍ୱପ୍ନ ସାକାର ହେଲା । ଯେତେବେଳେ ମୁଁ ମୋର ପିତାମାତାଙ୍କୁ ପ୍ରଥମ ଥର ବିମାନରେ ବସିଥିବାର ଦେଖିଲି । ସମସ୍ତଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ମୁଁ ସର୍ବଦା କୃତଜ୍ଞ ରହିବି । ସୂଚନା ଥାଉକି, ଟୋକିଓରୁ ଫେରିବା ପରେ ନୀରଜଙ୍କ ବ୍ୟସ୍ତତା ବୃଦ୍ଧି ପାଇଛି । ସେମାନେ ବିଭିନ୍ନ ସ୍ଥାନରେ ସମ୍ମାନ କାର୍ଯ୍ୟକ୍ରମରେ କ୍ରମାଗତ ଭାବରେ ଯୋଗଦେଉଛନ୍ତି ।

ଏସବୁ ହେତୁ ସେ ନିଜ ପରିବାରକୁ ମଧ୍ୟ ସମୟ ଦେବାରେ ସକ୍ଷମ ନଥିଲେ । ତେବେ ଗତ ମାସରେ ସେ କହିଥିଲେ ଯେ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ ୨୦୨୧ରେ ଆୟୋଜିତ ହେବାକୁ ଥିବା ଅନେକ ଟୁର୍ଣ୍ଣାମେଣ୍ଟରେ ସେ ଅଂଶଗ୍ରହଣ କରିବେ ନାହିଁ । କିନ୍ତୁ ୨୦୨୨ରେ ଏସୀୟ ଏବଂ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.