ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ଏହି ମେୟର ରଖିଥିଲେ ଏକାଧିକ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ : ଇଣ୍ଟରନେଟରେ ଭିଡିଓ ଲିକ୍
17/10/2019 at 12:22 PM

ସିଓଲ ୧୭/୧୦: ୧୯୮୮ମସିହାର ସିଓଲ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିଥିବା ହଙ୍ଗେରୀର ପୂର୍ବତନ ଜିମ୍ନାଷ୍ଟ ଜୋଲ୍ଟ ବୋକୋଇ ସେକ୍ସ ସ୍କାଣ୍ଡାଲରେ ଫସିଯାଇଛନ୍ତି। ତାଙ୍କର ଅଶ୍ଳୀଳ ଭିଡିଓ ଇଣ୍ଟରନେଟରେ ଲିକ୍ ହୋଇଯାଇଛି। ୫୪ବର୍ଷ ବୟସ୍କ ଜୋଲ୍ଟ ହେଉଛନ୍ତି ଗ୍ୟୋର ସହରର ମେୟର ମଧ୍ୟ। ଏହି ଭିଡିଓକୁ ପର୍ଣ୍ଣ ଓ୍ବେବସାଇଟରେ ଅପଲୋଡ କରାଯାଇଛି।

ସ୍ବର୍ଣ୍ଣ ପଦକ ଜିତିଥିବା ଜୋଲ୍ଟ ଜଣେ ପୁଅ ଏବଂ ଝିଅଙ୍କ ବାପା ମଧ୍ୟ। ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସମର୍ଥକ ବୋଲି ଜଣା ଯାଉଥିବା ଆଥଲେଟରୁ ନେତା ହୋଇଥିବା ଜୋଲ୍ଟ ନିଜ ପରିବାର ସହ ଫେସବୁକରେ ଫଟୋ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି-‘ଆମେ ଏକାଠି ଅଛୁ,ଭଲ ସମୟ ହେଉ କିମ୍ବା ଖରାପ’।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜୋଲ୍ଟ ବୋକୋଇ ଯୁବତୀଙ୍କ ସହ ଡ୍ରଗସ ନେଉଥିବା ଏବଂ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିବାର ନଜର ଆସିଛନ୍ତି। ଭିଡିଓ ଲିକ୍ ହେବା ପରେ ଜୋଲ୍ଟ ଏଥିରେ ଜଡ଼ିତ ନାହାନ୍ତି ବୋଲି କହିଛନ୍ତି। କିନ୍ତୁ ପରେ ସେ ସାର୍ବଜନିକ ଭାବେ କ୍ଷମା ମାଗିଛନ୍ତି। କିନ୍ତୁ ସେ ମେୟର ପଦରୁ ଇସ୍ତଫା ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହି ଭିଡିଓ ପ୍ରଥମେ ବ୍ଲଗରେ ଲିକ୍ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଜୋଲ୍ଟଙ୍କ ଏହି ଭିଡିଓ କ୍ରୋଏସିଆର ଡବରୋମ୍ବିକରେ ଏଡ୍ରିଆଟିକ୍ ସମୁଦ୍ର ତଟର। ସେକ୍ସ ସ୍କାଣ୍ଡାଲରେ ଫସି ଥିବା ସତ୍ବେ ସେ ନିର୍ବାଚନରେ ବାଜି ମାରିଛନ୍ତି।
