Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ହକି ବିଜୟ ପରେ ସବୁଠି ଥିଲା ଖୁସିର ମାହୋଲ, କିନ୍ତୁ କାନ୍ଦି ପକାଇଥିଲେ କମେଣ୍ଟେଟର

2/08/2021 at 2:00 PM

ନୂଆଦିଲ୍ଲୀ ୦୨/୮: ଟିମ ଇଣ୍ଡିଆର ବିଜୟ ପରେ ଇତିହାସରେ ଯୋଡିହୋଇଥିଲା ଆଉ ଏକ ଅଧ୍ୟାୟ । ସାରା ଦେଶବାସୀ ଗର୍ବରେ ଫାଟିପଡୁଥିଲେ । ଆଉ କ୍ରୀଡାପ୍ରେମୀଙ୍କ ମହଲରେ କମ ନଥିଲା ଉତ୍ସାହ । ହେଲେ କମେଣ୍ଟ୍ରେି ରୁମର ଦୃଶ୍ୟ ଥିଲା କିଛି ଅଲଗା । ଆଉ ଏହି ଦୃଶ୍ୟକୁ ଯିଏବି ଦେଖିବ ସେ ବି ତାଜୁବ ହୋଇଯିବ । କାରଣ ଭାଷ୍ୟକାରଙ୍କ ଆଖିରେ ଥିଲା ଲୁହର ଧାରା ।

ଆଉ ଏ ଲୁହ ଦୁଃଖର ନୁହେଁ ବରଂ ଥିଲା ଖୁସିର ଲୁହ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟିଭି ପରଦା ଜରିଆରେ ପଡିଆ ଘଟୁଥିବା ଟିକନିକ ଘଟଣାର ତଥ୍ୟ ପହଂଚାଉଥିବା ବା ଭାଷ୍ୟକାର ବିଜୟର ପ୍ରଥମ ମୂକସାକ୍ଷୀ ପାଲଟିଥିଲେ । ନିର୍ଦ୍ଧାରିତ ସମୟ ଭିତରେ ଭାରତୀୟ ପୁରୁଷ ହକି ଦଳ ୩-୧ଗୋଲରେ ବ୍ରିଟେନକୁ ହରାଇ ବିଜୟ ସୁନିଶ୍ଚିତ କରିବା ପରେ କିଛି ଏଇଭଳି ଥିଲା କମେଣ୍ଟ୍ରି ରୁମର ଦୃଶ୍ୟ ।

ହିନ୍ଦୀରେ କମେଣ୍ଟ୍ରି କରୁଥିବା ଦୁଇ ଭାଷ୍ୟକାର ସିର୍ଦ୍ଧାର୍ଥ ପାଣ୍ଡ୍ୟା ଓ ସୁନୀଲ ତନେଜା, ଖୁସିରେ ଭାବବିହ୍ୱଳ ହୋଇପଡିଥିଲେ । ୪୧ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଇତିହାସ ରଚିଥିବା କହି କାନ୍ଦି ପକାଇଥିଲେ । ହାତରେ ମାଇକ ଧରି ବଖାଣିଥିଲେ ଭାରତର ସେମିଫାଇନାଲ ପ୍ରବେଶ କଥା । ଆଫ କଥା କହିବେ କଣ ଆଖିରୁ ଲୁହ ବୋହି ଆସିଥିଲା ଏବଂ ଖୁସିରେ କଣ୍ଠରୋଧ ହୋଇଯାଉଥିଲା ।

   Related Posts