କିମ୍ବଦନ୍ତୀ ହକି ତାରକା ବଲବୀର ସିଂହଙ୍କ ଦେହାନ୍ତ , ୯୫ ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | May 25, 2020 IST

ନୂଆଦିଲ୍ଲୀ ୨୫।୦୫: ଭାରତୀୟ ହକିର କିମ୍ବଦନ୍ତୀ ତାରକା ବଲବୀର ସିଂହଙ୍କ ପରଲୋକ । ସେ ୯୫ ବର୍ଷ ବୟସ​‌ରେ ପରଲୋକ ହୋଇଛି । ମେ ୧୨ ତାରିଖ ଦିନ ହୃଦ୍‌ଘାତରେ ଶିକାର ହୋଇଥିଲେ, ପରେ ତାଙ୍କୁ ନିକଟସ୍ଥ ମୋଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା । କ୍ରମାଗତ ଭାବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଚାଲିଥିଲା । ଶେଷରେ ଆଜି ବଲବୀର ସିଂହଙ୍କ ମୃତ୍ୟୁ ହୋଇଛି।

wp:html /wp:html

ସୂଚନାଯୋଗ୍ୟ ଯେ, ବଲବୀର ଗତ ୧୨ ତାରିଖ ଦିନ ସକାଳେ ସମୟରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ । ୧୩ ତାରିଖ ଦିନ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲେ । ତା ପରଠାରୁ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ସେଭଳି ଉନ୍ନତି ହୋଇ ନଥିଲେ ବି ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ଅବସ୍ଥା ସେହିଭଳି ସ୍ଥିର ରହିଥିଲା। ଶେଷର ଜୀବନ ଯୁଦ୍ଧରେ ହାରିଗଲେ ବଲବୀର । ଆଜି ସକାଳ ସୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସେହିପରି ବଲବୀରଙ୍କୁ ମୃତ୍ୟୁ ବେଳକୁ ୯୫ ବର୍ଷ ହୋଇଥିଲା । ନିଜ ହକି କ୍ୟାରିୟରରେ ୩ ଥର ଅଲିମ୍ପିକ୍ ପଦକ ହାସଲ କରିଥିଲେ । ଅଲିମ୍ପିକରେ ତାଙ୍କ ନାମରେ ଏକ ବିରଳ ରେକର୍ଡ ରହିଛି । ଅଲିମ୍ପିକ୍‌ ଫାଇନାଲରେ ତାଙ୍କ ନାମରେ ସର୍ବାଧିକ ଗୋଲ୍‌ ସ୍କୋର କରିବାର ରେକର୍ଡ । ଯାହା ଏବେବି ଅତୁଟ ଅଛି । ୧୯୫୩ ଅଲିମ୍ପିକ୍‌ରେ ନେଦରଲାଣ୍ଡସ୍‌ ବିପକ୍ଷରେ ଭାରତ ୬-୧ରେ ବିଜୟୀ ହୋଇ ସ୍ୱର୍ଣ୍ଣ ଜିତିଥିଲା । ଫାଇନାଲରେ ବଲବୀର ଏକାକୀ ୫ଟି ଗୋଲ ସ୍କୋର କରିଥିଲେ । ଯାହାକି ଭାରତୀୟ ଟିମ୍‌କୁ ବିଜୟୀ ହେବାରେ ସହଯୋଗ କରିଥିଲା । ସେହିପରି ୧୯୫୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଥିଲା । ୧୯୭୫ ବିଶ୍ୱକପ୍‌ ବିଜୟୀ ଦଳର ସେ ଥିଲେ ମ୍ୟାନେଜର । ତାଙ୍କ ମୃତ୍ୟୁ ଭାରତୀୟ ହକି ଜଗତ ପାଇଁ ଏକ ଶୋକର ଛାୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.