Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଗୁରୁତର ଅସୁସ୍ଥ : କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି

20/06/2020 at 1:56 PM

ଭୁବନେଶ୍ବର ୨୦/୦୬: ଓଡିଆ ଆଲବମ୍ କୁଇନ ତଥା ଅଭିନେତ୍ରୀ ଦୀପା ସାହୁ କ୍ୟାନସରରେ ପୀଡ଼ିତ ଅଛନ୍ତି । ଆଜି ଦୀପାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଅଭିନେତ୍ରୀ ଦୀପା ସାହୁ ବର୍ଷେ ଧରି ଜରାୟୁ କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା । ଆଜି ଅଧିକ ଗୁରୁତର ହୋଇପଡିବାରୁ ଦୀପାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବିଜେପି ନେତା ଏବଂ ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସାମାଜିକ କର୍ମୀ ପ୍ରଶାନ୍ତ ନାୟକଙ୍କ ସହାୟତାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେ କେତେକ ସମ୍ବଲପୁରୀ ଆଲବମରେ କାମ କରିଥିଲେ। ସେ କେତେକ ହିଟ୍ ଓଡ଼ିଆ ଆଲବମ୍ ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ’,‘ହାୟ ହାୟ ତୋ ମଲ୍ଲୀଫୁଲ ଗଜରା’,‘ଏକଡା ଏକଡ଼ା ରା’ ରେ ଅଭିନୟ କରିଥିଲେ। ସେ ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’ ରେ ଅଭିନୟ କରିଥିବାବେ​ଳେ କେତେକ ଟେଲିଫିଲ୍ମରେ କାମ କରିଥିଲେ।

   Related Posts