ବିଧାୟକ ଡାନିଙ୍କୁ ବିବାହ କଲେ ଚୁଲବୁଲି ନାୟିକା ଝିଲିକ୍ ,ସୋସିଆଲ ମିଡିଆରେ ଭାଇରାଲ ଅଭିନେତ୍ରୀଙ୍କ ‘ଆଶୀର୍ବାଦ’ ମେସେଜ୍

Published By : Prameya-News7 Bureau | March 12, 2020 IST

ଭୁବନେଶ୍ବର ୧୨/୩: ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କୁ ବିବାହ କଲେ ଓଲିଉଡର ଚୁଲବୁଲି ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ(ଡାନି) ଅଭିନେତ୍ରୀ ଝିଲିକ୍‌ ବିବାହ କରିଥିବା ନେଇ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

{"id":236961,"width":585,"height":363,"sizeSlug":"large"}

ଏଥିରେ ଝିଲିକ୍ ବାହାଘର ସମୟର ଏକ ଫଟୋ ସେୟାର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମକୁ ଆଶୀର୍ବାଦ କରନ୍ତୁ। ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି ।

wp:core-embed/instagram {"url":"https://www.instagram.com/p/B9nW0qDBoqw/","type":"rich","providerNameSlug":"instagram","className":""}
https://www.instagram.com/p/B9nW0qDBoqw/
/wp:core-embed/instagram

ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡାନି)ଙ୍କ ସହ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । କିଛି ଦିନ ତଳେ ରାଜଧାନୀର କୌଣସି ଏକ ସ୍ଥାନରେ ସେମାନଙ୍କ ନିର୍ବନ୍ଧ ହୋଇଥିବା ବୋଲି ଜୋର୍‌ସୋର୍‌ରେ ଚର୍ଚ୍ଚା ହୋଇଥିଲା।

{"id":236965,"sizeSlug":"large"}

ଏମିତିକି କିଛି ଫଟୋ ଓ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ତେବେ ଆଜି ଝିଲିକ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି।

{"id":236966,"width":584,"height":618,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.