ଚିନ୍ମୟୀ 420 : ମୋ ହିରୋଇନ୍… ତୋ ପାଇଁ ଦିଲ୍ ନାଗିନ୍ ନାଗିନ୍….

Published By : Prameya-News7 Bureau | December 28, 2019 IST

ଭୁବନେଶ୍ବର ୨୮୧୨ : ଜଣେ ହିରୋଇନ୍‌ଙ୍କ ଚକ୍କରରେ ପଡ଼ି ଚକ୍‌ମା ଖାଇଛନ୍ତି ଏକାଧିକ ଯୁବକ । କିଏ ବାହା ହେବାକୁ ବାଉଳା ହୋଇ ୧୨ଲକ୍ଷ ଲୁଟାଇଛନ୍ତି ତ ଆଉ କିଏ ମିଠା ମିଠା କଥାରେ ଫସିଯାଇ ଲକ୍ଷାଧିକ ଟଙ୍କା ଉଡ଼ାଇନ୍ତି । ଆଉ ସମସ୍ତଙ୍କୁ ନିଜ ମାୟା ଜାଲରେ ଫସାଇ ଲୁଟିବା ପରେ ଏବେ କୁଆଡ଼େ ଗାଏବ୍‌ ହୋଇଯାଇଛନ୍ତି ସୋ-କଲ୍‌ଡ୍‌ ହିରୋଇନ୍‌ ଚିନ୍ମୟୀ ପ୍ରିୟଦର୍ଶିନୀ । ଚିନ୍ମୟୀ ସେ ଚାର୍‌ ସୋ ବିଶ୍‌ ହିରୋଇନ୍‌ ।

{"id":203896,"sizeSlug":"large"}

ଚିନ୍ମୟୀ ଚାର୍‌ ଶୋ ବିଶ୍‌ । ଏହି ସୋ-କଲଡ୍‌ ହିରୋଇନ୍‌ଙ୍କ ନାଁରେ ଏବେ ଗଣ୍ଡା ଗଣ୍ଡା ଅଭିଯୋଗ । ଯିଏ ଏହି ହିରୋଇନ୍‌କୁ ଦେଖି  ଏମିତି ଦିଲ୍‌ ନାଗିନ୍‌ ନାଗିନ୍‌ କରିଛନ୍ତି ସିଏ ସିଏ ଲୁଟ୍‌ର ଶିକାର ହୋଇଛନ୍ତି । ଆଉ ଖୁବ୍‌ ଚାଲାକି କରି କାହାକୁ ବାହା ହେବାକୁ କହି ତ ଆଉ କାହାକୁ ଫିଲ୍ମରେ ଅଭିନୟ ପାଇଁ ଚାନ୍‌ସ୍‌ ଦେବାକୁ କହି ଏହି ହିରୋଇନ୍‌ ଜଣକ ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଭଲ କରି ଦେଖି ନିଅନ୍ତୁ ଏହି କରିତ୍‌କର୍ମା ହିରୋଇନଙ୍କ ଚେହେରା । ଇଏ କୁଆଡ଼େ ନିଜ ଫ୍ୟାନ୍‌ଙ୍କ ଭିତରେ ଡାଜ୍‌ଲିଂ ଚିନ୍ମୟୀ ନାଁରେ ବେଶ୍‌ ପରିଚିତ ।

{"id":203897,"sizeSlug":"large"}

ରାଜଧାନୀର ଫରେଷ୍ଟ ପାର୍କ ଅଂଚଳରେ ରହୁଥିବା ଏହି ଚିନ୍ମୟୀ ପ୍ରିୟଦର୍ଶିନୀ ବାପୁଜୀ ନଗରରେ ନିଜ ନାଁରେ ଏକ ପ୍ରଡକ୍ସନ ହାଉସ୍‌ ଖୋଲିଥିଲେ । ଆଉ ଫିଲ୍ମରେ   ଚାନ୍‌ସ୍‌ ଦେବାକୁ କହି ଏକାଧିକ ଯୁବକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏମିତିକି ମ୍ୟାଟ୍ରିମୋନିଆଲ୍‌ସାଇଟ୍‌ରେ ନିଜର ବିବାହ ପ୍ରସ୍ତାବ ଦେଇ ଏକାଧିକ ବ୍ୟକ୍ତିଙ୍କୁ ଚୁନ ଲଗାଇଛନ୍ତି । କଟକର ଜଣେ ଯୁବକଙ୍କ ଠାରୁ ୧୨ଲକ୍ଷ ଏବଂ ରାଉରକେଲାର ଜଣେ ଯୁବକଙ୍କୁ ଅଢ଼େଇଲକ୍ଷ ଟଙ୍କା ଠକି ନେଇଛନ୍ତି ହିରୋଇନ୍‌ ଚିନ୍ମୟୀ ପ୍ରିୟଦର୍ଶିନୀ ।

{"id":203898,"sizeSlug":"large"}

ଅନ୍ୟ ଜଣେ ଯୁବକ ଦେବରାଜ ମଧ୍ୟ ଏହି ହିରୋଇନ୍‌ଙ୍କ ଚାର ଶୋ ବିଶ୍‌ କାରବାରରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଗ୍ଲାମର ଓ୍ବାର୍ଲଡ୍‌ର ସୁନେଲୀ ସ୍ବପ୍ନ ଦେଖାଇ ଏମାନେ ଅନେକଙ୍କୁ ଠକିଥିବା ଅଭିଯୋଗ ହେଉଥିବା ବେଳେ ହିରୋଇନ୍‌ ଚିନ୍ମୟୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦେବରାଜଙ୍କ ପତ୍ନୀ । ମାମଲା ଏବେ ଥାନାରେ ପହଞ୍ଚିବା ପରେ ଚିନ୍ମୟୀ ଚାର ଶୋ ବିଶ୍‌କୁ ନେଇ କୋଳତାଡ଼ ଆରମ୍ଭ କରିଛି କମିଶନରେଟ୍‌ ପୋଲିସ । ଗ୍ଲାମରର ଚିକ୍‌ମିକ୍‌ ଚେହେରା ଦେଖାଇ ଚାର ଶୋ ବିଶ୍‌ର ଖେଳ ଏହି ସୋ-କଲଡ୍‌ ହିରୋଇନ୍‌ଙ୍କ ପାଇଁ ଏବେ କାଳ ହେବାକୁ ଯାଉଛି । ଚିନ୍ମୟୀଙ୍କୁ ଖୋଜୁଛି ପୋଲିସ ।

{"id":203899,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.