Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଅଭିନେତା ପାଇଲେ ବିପୁଳ ବିଜୟ, ଅଭିନେତ୍ରୀ ଚିତପଟାଙ୍ଗ

24/05/2019 at 5:13 PM

ଭୁବନେଶ୍ବର ୨୪।୫: ଚଳିତବର୍ଷ ରାଜନୀତିକୁ ବହୁ ଓଲିଉଡ୍‌ ଅଭିନେତା, ଅଭିନେତ୍ରୀ ପ୍ରବେଶ କରିଥିଲେ । ସେଥିମଧ୍ୟରୁ ମାତ୍ର ୩ ଜଣ ରାଜନୈତିକ ମଇଦାନକୁ ଓହ୍ଲାଇଥିଲେ। ବିଜେଡି ଟିକେଟ୍ ରୁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କେନ୍ଦ୍ରାପଡା ଲୋକସଭା ଟିକେଟ୍‌ ପାଇଥିବାବେଳେ ବିଜେପି ଟିକେଟ୍ ରୁ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଏବଂ ଅଭିନେତ୍ରୀ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ୩ଜଣଙ୍କ ମଧ୍ୟରୁ ମାତ୍ର ଅନୁଭବ ନିର୍ବାଚନ ବୈତରଣୀ ପାର୍ କରିଥିବାବେଳେ ଅନ୍ୟ ଦୁଇ ଅଭିନେତ୍ରୀ ଚିତପଟାଙ୍ଗ ମାରିଛନ୍ତି ।

ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ଆସନରେ ଅନୁଭବ ମହାନ୍ତି ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ଦବଦବା ରହିଥିଲା । ସେ ବିଜେଡି ଟିକେଟ୍ ରୁ ନିର୍ବାଚନ ଲଢି ଜିତିଆସୁଥିଲେ । ଚଳିତ ଥର ସେ ବିଜେଡିରୁ ବିଦା ହେବା ପରେ ବିଜେପିରେ ଯୋଗଦେଇଥିଲେ । ବିଜେପି ଟିକେଟ୍‌ରେ ନିର୍ବାଚନ ଲଢିଥିଲେ । ମାତ୍ର ଏଥର ସେ କେନ୍ଦ୍ରାପଡା ଭୋଟରଙ୍କୁ ଆକୃଷ୍ଟ କରିପାରିନଥିଲେ । ଯାହା ଫଳରେ କେନ୍ଦ୍ରାପଡାରେ ବାଜି ମାରିନେଲେ ଅନୁଭବ ।

ଭୁବନେଶ୍ବର ଉତ୍ତର ଆସନରୁ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଜେପି ଟିକେଟ୍ ରୁ ଲଢିଥିଲେ । ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ତାଙ୍କୁ ୨୫ହଜାର ୪୧୪ଖଣ୍ଡ ଭୋଟ୍ ରେ ପରାସ୍ତ କରିଛନ୍ତି । ଅପରାଜିତାଙ୍କ ପାଇଁ ତାଙ୍କ ପୁଅ ଅଭିନେତା ବାବୁସାନ୍ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିପାରିନଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ୭୧୧୯୩ ଖଣ୍ଡ ଭୋଟ୍ ପାଇଥିବାବେଳେ ଅପରାଜିତା ୪୫ହଜାର ୭୭୯ଖଣ୍ଡ ଭୋଟ୍ ପାଇଛନ୍ତି । ଏଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଇତିଶ କୁମାର ପ୍ରଧାନ ମାତ୍ର ୫ହଜାର ୧୯୮ ଖଣ୍ଡ ଭୋଟ୍ ପାଇଛନ୍ତି ।

ସେହିଭଳି ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେପି ଟିକେଟ୍ ରେ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ସେ ମଧ୍ୟ ଏହି ଆସନରୁ ହାରିଛନ୍ତି । ଏହି ଆସନରୁ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଜୟୀ ହୋଇଛନ୍ତି । ସୂର୍ଯ୍ୟ ପାତ୍ର ୪୦ହଜାର ୪୫୨ଖଣ୍ଡ ଭୋଟ୍ ରେ ପିଙ୍କି ପ୍ରଧାନଙ୍କୁ ପରାସ୍ତ କରିଛନ୍ତି । ସୂର୍ଯ୍ୟ ପାତ୍ର ୭୫୦୧୬ ଖଣ୍ଡ ଭୋଟ୍ ପାଇଥିବାବେଳେ ପିଙ୍କି ପ୍ରଧାନ ୩୪୫୬୪ ଖଣ୍ଡ ଭୋଟ୍ ପାଇଛନ୍ତି । ଏଠାରେ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ୧୭ ହଜାର ୮୧୫ ଖଣ୍ଡ ଭୋଟ୍ ପାଇଛନ୍ତି । ନିଜକୁ ଦିଗପହଣ୍ଡିର ବୋହୂ ବୋଲି କହି ପିଙ୍କି ଘର ଘର ବୁଲି ଭୋଟ୍ ମାଗିଥିଲେ । ବେଶ୍ ଆଗରୁ ସେ ଦିଗପହଣ୍ଡିରେ ଡେରା ପକାଇ ନିର୍ବାଚନ ପ୍ରଚାର ଚଳାଇଥିଲେ । ହେଲେ  ଭୋଟର ତାଙ୍କୁ ଗ୍ରହଣ କରିନାହାନ୍ତି ।

   Related Posts