ପୁଣି ହୃଦୟ ଜିଣିଲେ ସବ୍ୟ-ଅର୍ଚ୍ଚିତା, ଭୁବନେଶ୍ୱର ଓ କଟକର ସିନେମା ହଲ୍ କର୍ମଚାରୀଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ

Published By : Prameya-News7 Bureau | July 09, 2021 IST

ଭୁବନେଶ୍ବର ୯/୦୭: କରୋନା ମହାମାରୀ ସମୟରେ ଲାଗିଥିବା ଲକଡାଉନ୍‌ ଏବଂ ସଟଡାଉନ୍‌ କଟକଣା ସିନେମା ହଲ ଶିଳ୍ପକୁ ଅତ୍ୟନ୍ତ ପ୍ରଭାବିତ କରିଛି । ସିନେମା ହଲ୍ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ସହାୟତା କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ସୁଦ୍ଧା ଦ୍ବିତୀୟ ଲହର ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି।

ତେବେ ଏହିଭଳି ପରିସ୍ଥିତିରେ କରୋନା କାଳରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ଓଲିଉଡ ଅଭିନେତା ସବ୍ୟସାଚୀ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ଭୁବନେଶ୍ୱର ଏବଂ କଟକର ସମସ୍ତ ସିନେମା ହଲର କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଶୁକ୍ରବାର ସେଲିବ୍ରିଟି ଦମ୍ପତ୍ତି ସେମାନଙ୍କ ପାଇଁ ମାସିକ ରାସନ୍ ଧରି ହଲରେ ପହଞ୍ଚିଥିଲେ ।

{"id":478158,"width":689,"height":458,"sizeSlug":"large","linkDestination":"none"}

ଭୁବନେଶ୍ୱରର କେଶରୀ ହଲଠାରେ ଶ୍ରୀୟା, ସ୍ଵାତୀ, ସ୍ତୁତି, ମହାରାଜା ଓ କେଶରୀର କର୍ମଚାରୀ ଏବଂ କଟକର ବୃନ୍ଦାବନ ଟକିଜ୍‌ଠାରେ ସମ୍ରାଟ, ଗ୍ରାଣ୍ଡ, ସଙ୍ଗମ ଓ ବୃନ୍ଦାବନର କର୍ମଚାରୀ ଏକାଠି ହୋଇ ସେମାନଙ୍କଠାରୁ ରାସନ୍ ଗ୍ରହଣ କରିଥିଲେ । ସମସ୍ତ ହଲ୍ କର୍ତ୍ତୃପକ୍ଷ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ସାଧୁବାଦ ଜଣାଇଛନ୍ତି।

{"id":478159,"width":715,"height":475,"sizeSlug":"large","linkDestination":"none"}

ଏହି ଅବସରରେ ଭରତଚନ୍ଦ୍ର ଭଞ୍ଜଦେଓ, ନମିତା କାନୁନଗୋ, ପ୍ରବୀଣ ଅଗ୍ରୁୱାଲ୍, ଡକ୍ଟର ଅମ୍ରିତ୍ ପାଟଯୋଶୀ, ଜିତୁ ଖଣ୍ଡଲୱାଲ୍ , କିଶୋର ୱାଡ଼ର୍ ଓ ସ୍ମାଇଲ ପ୍ଲିଜର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.