Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରାଜେନ୍ଦ୍ର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ : ଅଭିନେତାଙ୍କ ସହ ୫ ଗୁରୁତର

14/03/2020 at 2:22 PM

ଭୁବନେଶ୍ୱର ୧୪/୩: ଗୁରୁବାର ବିଳମ୍ବିତ ରାତିରେ ଫରେଷ୍ଟ ପାର୍କ ନିକଟରେ ଥିବା ରାଜେନ୍ଦ୍ର ଆପାର୍ଟମେଣ୍ଟର ସି-ବ୍ଲକ୍‌ରେ ନିଆଁ ଲାଗିଥିଲା । ଏଥିରେ ଓଡ଼ିଆ ଅଭିନେତା ଶ୍ରେୟାନ ନାୟକଙ୍କ ସହ ତାଙ୍କ ପରିବାରର ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନେ ସବୁ ଆଚାର୍ଯ୍ୟବିହାରରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।


ଅଗ୍ନିଶମ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୧ ଟା ବେଳେ ସି-ବ୍ଲକ୍‌ରେ ଥିବା ଇଲେକ୍ଟ୍ରି ପ୍ୟାନେଲ୍‌ ରୁମ୍‌ରୁ ସର୍ଟସର୍କିଟ୍‌ ହୋଇ ନିଆଁ ଲାଗିଥିଲା । ଫଳରେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଶ୍ରୀୟାନଙ୍କର ୨ ଟି ଫ୍ଲାଟ୍‌ ସହ ଅନ୍ୟ ଜଣଙ୍କ ଫ୍ଲାଟ୍‌ରେ ପ୍ରବଳ ଧୂଆଁ ପଶିଥିଲା । ଏଥିରେ ୨ ଟି ଫ୍ଲାଟର ମୋଟ ୯ ଜଣ ବ୍ୟକ୍ତି ଗୁରୁତର ହୋଇପଡ଼ିଥିଲେ ।

ଆପାର୍ଟର୍ମେଣ୍ଟର ଅନ୍ୟ ଲୋକମାନେ ୯ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୪ ଜଣଙ୍କୁ ଚିକିତ୍ସା କରି ଛାଡି ଥିଲେ । ଶ୍ରେୟାନ ଓ ତାଙ୍କ ପରିବାର ଲୋକଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରିଥିଲେ । ସେପଟେ ଅଗ୍ନିଶମ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଆପାର୍ଟମେଣ୍ଟକୁ ବିଜୁଳି ସଂଯୋଗ ବନ୍ଦ କରିଦେଇଥିଲେ । ଶୁକ୍ରବାର ମରାମତି ହେବା ପରେ ପୁଣି ବିଜୁଳି ସଂଯୋଗ ଦିଆଯାଇଥିଲା ।


ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି ଦୀର୍ଘ ଦିନ ହେବ ଉକ୍ତ ଆପାର୍ଟମେଣ୍ଟର ବିଜୁଳି ତାର ବଦଳା ଯାଇ ନାହିଁ । ଯାହା ଫଳରେ ଏମିତି ଅଘଟଣ ଘଟିଲା । ନିଆଁ ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ ବରଂ ଧୂଆଁ ପାଇଁ ସମସ୍ତେ ଅସୁସ୍ଥ ହୋଇଥିଲେ ।

   Related Posts