ଲଭ୍ ପରେ ମ୍ୟାରେଜ୍, ଅମ୍ଳାନ-ଭୂମିକାଙ୍କ ନୂଆ ଇନିଂସ୍ ଆରମ୍ଭ

Published By : Prameya-News7 Bureau | February 08, 2020 IST

କଟକ ୮।୨: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଓଲିଉଡର ଭେଟେରାନ ଅଭିନେତା ମିହିର ଦାସଙ୍କ ପୁଅ ତଥା ଅଭିନେତା ଅମ୍ଳାନ ଦାସ । ପ୍ରେମିକା ଭୂମିକାଙ୍କ ହାତ ଧରିଛନ୍ତି ଅମ୍ଳାନ । ବୈଦିକ ରୀତିରେ କଟକ ସିଡିଏ ସେକ୍ଟର ୮ରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି ।

ଭୂମିକା ହେଉଛନ୍ତି ଅଭିନେତା ଅମ୍ଲାନଙ୍କର ପିଲାଦିନର ସାଙ୍ଗ । ବନ୍ଧୁତାରୁ ଆଉ କେଇ ପାଦ ଆଗକୁ ଯାଇ ଉଭୟେ ଉଭୟଙ୍କୁ ମନ ଦେଇ ବସିଥିଲେ । ଦୁଇ ପରିବାର ପକ୍ଷରୁ ସେମାନଙ୍କ ଭଲ ପାଇବାକୁ ସ୍ବିକୃତୀ ମଧ୍ୟ ମିଳିଥିଲା । ଫଳରେ ଶୁକ୍ରବାର ଦିନ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଅମ୍ଳାନଙ୍କୁ ଜୀବନସାଥୀ ଭାବେ ପାଇ ଭୂମିକା ବେଶ୍ ଖୁସି ଥିବାବେଳେ ଅମ୍ଳାନ ମଧ୍ୟ ଖୁସି ଥିବା ନଜର ଆସିଥିଲେ । ଅମ୍ଳାନଙ୍କ ବିବାହରେ ତାଙ୍କ ବାପା ମିହିର ଦାସ ବେଶ୍‌ ଖୁସି ଥିବା କହିଛନ୍ତି । ଓଲିଉଡ୍‌ର ବହୁ ଅଭିନେତା ଏବଂ ଅଭିନେତ୍ରୀମାନେ ଅମ୍ଳାନଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଅମ୍ଳାନ ସମସ୍ତଙ୍କଠାରୁ ଭଲ ପାଇବା ଏବଂ ଆଶୀର୍ବାଦ କାମନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.