Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ମରିପଡୁଛନ୍ତି ଶହ ଶହ ଅଲିଭ୍ ରିଡଲେ କଇଁଛ : ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ତାହା କେବଳ ଚାଲିଛି କାଗଜ କଲମରେ

27/12/2020 at 12:31 PM

କୋଣାର୍କ ୨୭।୧୨: ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏବେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ନିକଟରେ କୋଣାର୍କର ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ଶହ ଶହ ଅଲିଭ୍ ରିଡଲେ କଇଁଛ ମରିପଡ଼ିଥିବାର ଦେଖିବାକୁ ମିଳୁଛି ।

ସମୁଦ୍ର କୂଳରେ ମରି ପଡ଼ିଛନ୍ତି ମାଳ ମାଳ ଅଲିଭ୍ ରିଡଲେ କଇଁଛ । ବର୍ତ୍ତମାନ କୋଣାର୍କ ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ଆପଣ ଗଲେ ସମୁଦ୍ର କୂଳରେ ଆପଣଙ୍କୁ ଏଭଳି ଚିତ୍ର ଦେଖିବାକୁ ମିଳିବ । ଯିଏ ବି ଏ ଦୃଶ୍ୟ ଦେଖୁଛି, ତା’ ମନରେ ପ୍ରଶ୍ନ ଉଠୁଛି ସରକାରୀ ସ୍ତରରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ହୋଇଥିବା ଯୋଜନା ଗୁଡ଼ିକର ବାସ୍ତବତା କ’ଣ ?

ନଭେମ୍ବର ମାସରେ ବିରଳ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବାକୁ ଗଭୀର ସମୁଦ୍ର ଭିତରୁ କୂଳକୁ ଆସିଥାନ୍ତି । ଏହି ସମୟରେ କୂଳରୁ ୨୦ କିଲୋମିଟର ଭିତରକୁ ଟ୍ରଲର ଚଳାଚଳକୁ ନିଷେଧ କରାଯାଇଥାଏ । ହେଲେ ବର୍ତ୍ତମାନ ସ୍ଥିତିରେ ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ଭିତରେ ଶହ ଶହ ଅଲିଭ ରିଡଲେ କଇଁଛ ମରିପଡ଼ିବା ନିଶ୍ଚିତ ଭାବେ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ସ୍ପଷ୍ଟ କରୁଛି ।

ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କଇଁଛ ସୁରକ୍ଷା କେବଳ କାଗଜ କଲମରେ ଚାଲିଛି । ସରକାରୀ ଟଙ୍କାକୁ ଚଳୁ କରି ଅଧିକାରୀ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି, ଏପଟେ ବେଆଇନ ଭାବେ ଟ୍ରଲର ଓ ଡଙ୍ଗା ମାଡ଼ରେ ମରୁଛନ୍ତି ଅଲିଭ ରିଡଲେ କଇଁଛ । ଏମିତିରେ ଯୋଜନାର ସଫଳ ରୂପାୟନ କେମିତି ହେବ ତା’ ଉପରେ ଉଠିଛି ପ୍ରଶ୍ନ ।

   Related Posts