ଅଲିଭ ରିଡେଲଙ୍କ ସୁରକ୍ଷା ପାଇଁ ମେ' ୩୧ ଯାଏଁ ମାଛଧରା ବନ୍ଦ, ଚିନ୍ତାରେ ମତ୍ସ୍ୟଜୀବୀ

Published By : Prameya-News7 Bureau | November 01, 2021 IST

ମହାକାଳପଡା, ୦୧/୧୧: ଆସୁଛନ୍ତି ଅଲିଭ ରିଡଲେ ।  ସୋମବାର ଠାରୁ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡଲେର ସୂରକ୍ଷା ପାଇଁ ମେ ମାସ ୩୧ ତାରିଖ ଯାଏଁ ଧାମରା, ରୁଷିକୁଲ୍ୟା ,ଦେବୀ ମୁହାଣରେ ମାଛଧରା ଉପରେ ରୋକ୍ ଲାଗିଛି । ସେହିପରି ସମୁଦ୍ର ଉପକୁଳ ଠାରୁ ୨୦ କିମି ଦୂର ମଧ୍ୟରେ ମାଛଧରା ପାଇଁ ନିଷିଦ୍ଧ କରାଯାଇଛି ।

ତେବେ ଏହା ଦ୍ବରା ପ୍ରଭାବିତ ହୋଇଛନ୍ତି ମତ୍ସ୍ୟଜୀବୀ  । ପୂର୍ବରୁ  କରୋନା ମହାମାରୀ ପାଇଁ କଟକଣା, ଜଳବାୟୁ ପରିବର୍ତନ  ଓ ଲଘୁଚାପ ପାଇଁ ମାଛ ବ୍ୟବସାୟ ପ୍ରଭାବିତ ହୋଇଛି ।  ମହାକାଳପଡା, ରାଜନଗର ବ୍ଲକର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ବହୁ  ମତ୍ସ୍ୟଜୀବା  କଇଁଛ ସୂରକ୍ଷା ପାଇଁ ୭ ମାସ କଟକଣା ଯୋଗୁ ଜୀବିକା ହରାଇବେ ।  ଏହି କଟକଣା କୋହଳ କରିବା ପାଇଁ ଦାବି ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି । ସୋନେ ପୀଢି ପରେ ପୀଢି  ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ବେଳେ ଏବେ କଟକଣା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନାଯୋଗ୍ୟ, କଇଁଛଙ୍କ ସୂରକ୍ଷା ପାଇଁ ମୋଟ ୬୬ ଟି ପାଟ୍ରେଲିଂ କ୍ୟାମ୍ପ ପତିଷ୍ଠା କରାଯାଇଛି । ଏଥିରେ ମୁଖ୍ୟତଃ ବନ ବିଭାଗ କର୍ମଚାରୀ, ଏପିଆର ପୋଲିସ, କୋଷ୍ଟର୍ଗାଡ. ପାଟ୍ରେଲିଂ ସିପି,  ସାମୁଦ୍ରିକ ଥାନାକୁ ସାମିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.