‘ଓଲି’ଙ୍କ ଭାଗ୍ୟ ପରୀକ୍ଷା ଶନିବାର, ପଦରୁ ହଟିବେ ଅଥବା ରହିବେ NCP ସ୍ଥାୟୀ ସମିତିରେ ହେବ ନିଷ୍ପତ୍ତି

Published By : Prameya-News7 Bureau | July 03, 2020 IST

କାଠମାଣ୍ଡୁ ୩।୭:  ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଦେଶର ପ୍ରଧାନମନ୍ତ୍ରୀ ରହିବେ କି ନା ସେ ନେଇ ଶନିବାର ନିଷ୍ପତ୍ତି ହେବ। ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ସ୍ଥାୟୀ କମିଟି ଏହାର ନିଷ୍ପତ୍ତି ନେବେ। ଏଥିଲାଗି ପାର୍ଟି ପକ୍ଷରୁ ଜରୁରି ବୈଠକ ଡକାଯାଇଥିବା ଶୁକ୍ରବାର ଜଣାପଡିଛି। ଗତ ଗୁରୁବାର କମିଟିର ବୈଠକ ଡକାଯାଇଥିଲା। ତେବେ ଓଲିଙ୍କ ଇସ୍ତଫା ଲାଗି ସହମତି ହୋଇ ନ ପାରିବାରୁ ଶେଷ ମୂହୁର୍ତ୍ତରେ ବୈଠକ ବାତିଲ କରାଯାଇଥିଲା। ତେବେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଲାଗି ବଢୁଥିବା ଦାବି ଯୋଗୁ ଶନିବାର ପୁଣି ଥରେ କମିଟି ବୈଠକ ଡକାଯାଇଛି।

{"id":295412,"sizeSlug":"large"}

ଓଲି ଦେଶରେ ହେଉଥିବା ବିରୋଧ ଲାଗି ଭାରତକୁ ଦାୟି କରିଥିଲେ। ତେବେ ଏଥିପାଇଁ ସେ ଯେଉଁ ବିବୃତ୍ତିମାନ ଦେଇଥିଲେ ତାହା  ରାଜନୈତିକ ଅଥବା କୁଟନୈତିକ ଭାବେ ଉପଯୁକ୍ତ ନଥିଲା। ଏଣୁ ଓଲି ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ଏଥିଲାଗି ନିଜ ଦଳର ନେତାଙ୍କୁ ବି ଦାୟି କରିଥିଲେ। ସେ ଭାରତୀୟ କ୍ଷେତ୍ର ଲିପୁଲେଖ, କାଲାପାନୀ ଓ ଲିମ୍ପିୟାଧୁରାକୁ ନେପାଳ ମାନଚିତ୍ରରେ ସାମିଲ କରିବା ଲାଗି ତାଙ୍କ ସରକାରଙ୍କ ପଦକ୍ଷେପକୁ ତାଙ୍କ ଦଳର କିଛି ନେତାଙ୍କୁ ପସନ୍ଦ ଆସିନଥିଲା ବୋଲି ମଧ୍ୟ କହିଥିଲେ। ଯାହା ବିବାଦକୁ ଉଗ୍ର କରିଥିଲା।

{"id":295414,"width":579,"height":451,"sizeSlug":"large"}

ତେବେ ଦେଶରେ ସରକାର ଓ ପାର୍ଟି ମଧ୍ୟରେ ସମନ୍ୱୟ ରହୁନଥିବାର ପ୍ରଚଣ୍ଡ ବାରମ୍ବାର ଅଭିଯୋଗ କରୁଥିଲେ। ପାର୍ଟିର  ଆଦର୍ଶ ଓ ନୀତିକୁ ସରକାର ପାଳନ କରୁନଥିବାର ପ୍ରଚଣ୍ଡ କହୁଥିଲେ। ଏଣୁ ପାର୍ଟିରେ ଫାଟ ସୃଷ୍ଟି ହୋଇଥିବାର ମଧ୍ୟ ଅଭିଯୋଗ କରିଥିଲେ। ଶାସକ ଦଳରେ ଯାହାବି ଆଭ୍ୟନ୍ତରିଣ ଅସନ୍ତୋଷ ଥିଲା ଏଥିରେ ନିଜ ପଦବୀ ବଞ୍ଚାଇବାକୁ ଓଲି ତରିବରିଆ ଭାବେ ସଂସଦ ଅଧିବେଶନକୁ ଅଧାରୁ ବନ୍ଦ କରିବା ଏବେ ତାଙ୍କର ଚାଲକୁ ପଦାରେ ପକାଇ ଦେଇଛି।

{"id":295415,"sizeSlug":"large"}

ତେବେ ଓଲି ପାର୍ଟି ବିଭାଜନ ଲାଗି ଅଧ୍ୟାଦେଶ ଆଣିବା ପାଇଁ ସଂସଦ ଅଚଳ କରିଥିବା ଏବେ କୁହାଯାଉଛି। ଏଣୁ ପ୍ରଚଣ୍ଡ ଶନିବାର ପାର୍ଟିର ସ୍ଥାୟୀ ମିଟି ବୈଠକ ଆହ୍ୱାନ କରିଥିବା ବେଳେ ଏଥିରେ ଓଲି ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ରହିବେ କି ନା ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.