ଭୁବନେଶ୍ୱର ୨୮।୮- ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ଫସି ରହିଥିବା ମାଲେସିଆ ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଧବାରରେ ପାଇପ୍ ବିଛା କାର୍ଯ୍ୟ ଶେଷ ହୋଇଥିବା ବେଳେ ଗୁରୁବାରରୁ ତେଲ ବାହାର କରାଯିବ । ତେବେ ଚିଲିକା ପ୍ରତି କୌଣସି ବିପଦ ନଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କହିଛନ୍ତି ।
{"id":150252}ଚିଲିକା କୂଳରେ ଫସିଥିବା ମାଲେସିଆ ଜାହାଜରୁ ଆରମ୍ଭ ହୋଇଛି ତେଲ କାଢିବା ପ୍ରକ୍ରିୟା । ତେଲ ନିଷ୍କାସନ ପାଇଁ ୨ ଟି ଟିମ୍ ରେ ୯ ଜଣ କର୍ମଚାରୀ ଲାଗିଛନ୍ତି । ବାଲେଶ୍ବରରୁ ୬ ଜଣ ଏବଂ କୋଲକାତାରୁ ୩ ଜଣ ଆସିଛନ୍ତି । ସେମାନଙ୍କୁ ସହଯୋଗ କରିବାକୁ ଲାଗିଛନ୍ତି ୩୦ ରୁ ଅଧିକ ଶ୍ରମିକ ।
{"id":150254}ଏଥିପାଇଁ ଜାହାଜଠାରୁ ଜଙ୍ଗଲ ମଧ୍ୟ ଦେଇ ଚିଲିକା କୂଳରେ ବିଛା ଯାଇଛି ୫୫୦ ମିଟର ପାଇପ୍ । କଣ୍ଟେନର ପହଞ୍ଚିବା ପରେ ଆସନ୍ତାକାଲି ଠାରୁ ତେଲ ବାହାର କରାଯିବ । ଜାହାଜରେ ୩୦ ହଜାର ଲିଟର୍ ଡିଜେଲ, ୧ ହଜାର ଲିଟର୍ ଲ୍ୟୁବ୍ ଅଏଲ ଏବଂ ୨ଶହ ଲିଟର ହାଇଡ୍ରୋଲିକ୍ ଅଏଲ ରହିଛି । ତେଲ ନିଷ୍କାସନ ପରେ କଣ୍ଟେନର ଏବଂ ଜାହାଜକୁ ମାଲେସିଆ ଫେରାଇବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
{"id":150255}ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜାହାଜଠାରୁ ଅଲଗା ହୋଇ ଦୀର୍ଘଦିନ ଧରି କୂଳରେ ଫସିରହିଥିବା କଂଟେନରଟି ଗୋଟିଏ ପାଖକୁ ଢଳିବାରେ ଲାଗିଛି । ଜୁଆର ମାଡରେ ଭାଙ୍ଗି ଯାଇ କଂଟେନର ମଧ୍ୟକୁ ପାଣି ପଶୁଛି । ଫଳରେ ଏହା ବୁଡିଯିବା ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ସ୍ଥାନୀୟ ମତ୍ସଜୀବୀ ଆତଙ୍କିତ ହୋଇଛନ୍ତି । ତେବେ ଚିଲିକା ପ୍ରତି କୌଣସି ବିପଦ ନଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
{"id":150256}