ଜମିଜମା ବିବାଦକୁ ନେଇ ଏସପିଙ୍କୁ ଭେଟିଲେ ବୃଦ୍ଧ, ନ୍ୟାୟ ପାଇଁ କଲେ ଗୁହାରି

Published By : Prameya-News7 Bureau | July 10, 2021 IST

ଭଦ୍ରକ ୧୦।୭: ଜମିଜମା ସଂକ୍ରାନ୍ତୀୟ ବିବାଦକୁ ନେଇ ନ୍ୟାୟ ପାଇବା ପାଇଁ ଏସପିଙ୍କୁ ଭେଟିଲେ ବୃଦ୍ଧ । ବିବାଦୀୟ ଜମିକୁ ନେଇ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ଉକ୍ତ ବିବାଦୀୟ ଜମି ଉପରେ ସ୍ଥିତାବସ୍ଥା ନିର୍ଦ୍ଦେଶ ଜାରି କରିଛନ୍ତି କୋର୍ଟ । ଏପରି ସ୍ଥଳେ ଜଣେ ବ୍ୟକ୍ତି ଉକ୍ତ ବିବାଦୀୟ ଜମି ଉପରେ ଜୋରଜବରଦସ୍ତ ଘର କରୁଛନ୍ତି ।

ଭଦ୍ରକ କେନ୍ଦୁଆପଦା ଫାଣ୍ଡି ଅନ୍ତର୍ଗତ ଆମ୍ପୋର ଗ୍ରାମର ଅସହାୟ ବୃଦ୍ଧ ଏଭଳି ଅଭିଯୋଗ କରିଛନ୍ତି । ଉକ୍ତ ଜମିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଘର କରିଚାଲିଛନ୍ତି । ଏନେଇ ବୃଦ୍ଧ ଏବଂ ତାଙ୍କ ପରିବାର ଲୋକ ବିରୋଧ କରିବା ସହ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ବୃଦ୍ଧ ଜଣଙ୍କ ଭଦ୍ରକ ଏସପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି । ଯଦି ଆଗାମୀ ଦିନରେ କୌଣସି ନ୍ୟାୟ ନ ମିଳେ, ତାହାଲେ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.