ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ଆଉ ଫେରିଲେନି

Published By : Prameya-News7 Bureau | September 28, 2021 IST

ଢେଙ୍କାନାଳ ୨୮।୯: ଗାଁ ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଫେରିଲେନି । ଆଉ ତା ପରଦିନ ପୋଖରୀରୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଏଭଳି ଅଭାନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ବମ୍ପା ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଘଟିଛି । ମୃତକ ଜଣଙ୍କ ଜଗନ୍ନାଥପୁର ଗ୍ରାମର ୭୦ ବର୍ଷ ବୟସ୍କା ବୃଦ୍ଧ ସୁରଥ ବେହେରା । ସୋମବାର ସନ୍ଧ୍ୟାରେ ସୁରଥ ପୋଖରୀକୁ ଶୌଚ ହେବାକୁ ଯାଇ ବୁଡି ଯାଇଥିଲେ । ଖବର ପାଇ ମଙ୍ଗଳବାର ହିନ୍ଦୋଳରୋଡ଼ ଦମକଳ ବାହିନୀ ପହଞ୍ଚି ପୋଖରୀରେ ଖୋଜା ଖୋଜି କରି ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ପରେ ରାସୋଳ ଥାନା ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.