ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ବୃଦ୍ଧା ଗୁରୁତର

Published By : Prameya-News7 Bureau | November 27, 2021 IST

ରାଇରଙ୍ଗପୁର ୨୭।୧୧: ଅନ୍ଧ ବିଶ୍ବାସର କରୁଣ ପରିଣତି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ବହଳଦା ଥାନା ଜଗନ୍ନାଥପୁର ଗ୍ରାମରେ। ଅଜଣା ଦୁର୍ବୃତ୍ତଙ୍କ ଟାଙ୍ଗିଆ ଚୋଟରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧା ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ଜଗନ୍ନାଥପୁର ଗ୍ରାମର ମାନସିଂ ସୋରେନ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାନସିଂଙ୍କ ଘର କବାଟ ବାଡେଇଥିଲେ । କବାଟ ଖୋଲୁ ଖୋଲୁ ମୁଖାପିନ୍ଧା ତିନି ଜଣ ଦୁର୍ବୃତ୍ତ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମାନସିଂ ଟଳି ପଡିଥିଲା ବେଳେ ତାଙ୍କ ପତ୍ନୀ ସଲହାମଣୀ ଗୁରୁତର ହୋଇଛନ୍ତି । ଶନିବାର ସକାଳେ ଗ୍ରାମବାସୀଙ୍କ ପାଖରୁ ସୂଚନା ପାଇ ବହଳଦା ପୋଲିସ, ରାଇରଙ୍ଗପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଅଧିକ ତଦନ୍ତ ପାଇଁ ଆସୁଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ମୃତକ ଗୁଣିଆ କାର୍ଯ୍ୟ କରୁଥିବା ଓ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.