ହତ୍ୟା ନା ଆତ୍ମହତ୍ୟା ! ରେଳ ଲାଇନ୍ ପୋଲ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | May 14, 2020 IST

କଣ୍ଟାବାଞ୍ଜି ୧୪।୫: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଡ ରେଳ ଲାଇନ ନିକଟ ପୋଳ ତଳୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣଙ୍କ ହେଲେ କଣ୍ଟାବାଞ୍ଜି ହେମାଲ ପଡାର ପ୍ରେମ ପୋଡ । ବୃଦ୍ଧ ଜଣଙ୍କ ଏକ କୁକୁଡା ଦୋକାନରେ କାମ କରୁଥିବା ବେଳେ ରାତିରେ ବାହାରେ କିଛି କାମ ଅଛି କହି ନିଜ ସାଇକେଲରେ ଘରୁ ବାହାରିଥିଲେ । ତେବେ ସେ ରାତିରେ ଆଉ ଘରକୁ ଫେରିନଥିଲେ ।

{"id":269677,"sizeSlug":"large"}

ସକାଳେ ପୋଲ ତଳେ ଏକ ମୃତଦେହ ପଡିଥିବା ଲୋକ ଦେଖିଥିଲେ । ପରେ ଜିଆରପିକୁ ଖବର ଦେଇଥିଲେ । ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠାଇଲେ । ପରିବାର ଲୋକଙ୍କୁ ଅଧିକ ପଚରାଉଚରା କରୁଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.