ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା, ଶୌଚ ହେବାକୁ ଯାଇଥିବାବେଳେ ପଡିଗଲେ ହାତୀ ହାବୁଡରେ

Published By : Prameya-News7 Bureau | December 19, 2020 IST

ଢେଙ୍କାନାଳ ୧୯।୧୨: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଖଟୁଆହତତା ଗାଁରେ ଦନ୍ତା ହାତୀ ଆକ୍ରମଣରେ  ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡି ପ୍ରାଣଗଲା । ଏପରିକି ଦନ୍ତା ହାତୀଟି ବୃଦ୍ଧଙ୍କୁ ଟେକି କଚାଡି ଦେଇଥିଲା । ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏପରି ଘଟଣା ଘଟିଛି କାମାକ୍ଷାନଗର ପଶ୍ଚିମାଞ୍ଚଳ ବନାଞ୍ଚଳର ଖଟୁଆହତା ଗ୍ରାମରେ ।

ମୃତକ ଜଣଙ୍କ ହେଲେ ୭୫ବର୍ଷ ବୟସ୍କ କାର୍ତ୍ତିକ ସାହୁ । ସେ ତାଙ୍କ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ଘନ କୁହୁଡ଼ି ଯୋଗୁଁ ହାତୀ ଥିବା ଜାଣି ପାରିନଥିଲେ । ଫଳରେ ହାତୀ ହାବୁଡ଼ରେ ପଡିଯାଇଥିଲେ । ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.