ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ

Published By : Prameya-News7 Bureau | September 23, 2021 IST

ଖଲ୍ଲିକୋଟ ୨୩।୯: ବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ସୁକୃ ଦାସ । କୌଣସି କାମ କରୁଥିବା ବେଳେ ନିଜ ଘରେ ବିଦ୍ୟୁତ ଆଘାତ ଲାଗିଥିଲା । ପରେ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗୁଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇଁ ଛତ୍ରପୁର ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.