Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଧୋଇବା ବେଳେ ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

5/05/2020 at 7:55 AM

ଆଠଗଡ ୫।୫ : ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ଗୋଡ ଖସିଯିବାରୁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ମାଧେଇପଦା ଗ୍ରାମର ପ୍ରକାଶ ଜେନା ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ନିଜିଗଡ ପଞ୍ଚାୟତ ହରିଚନ୍ଦନପୁର ଶାସନ ଚତରା ନାଳକୁ ବୃଦ୍ଧ ଜଣଙ୍କ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ହଠାତ୍ ତାଙ୍କ ଗୋଡ ଖସିଯିବାରୁ ସେ ବୁଡିଯାଇଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ମାଧେଇପଦା ଗ୍ରାମର ପ୍ରକାଶ ଜେନା । ତାଙ୍କ ବୟସ ୪୫ ବର୍ଷ । ବୃଦ୍ଧଙ୍କ ମୃତ୍ୟୁ ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି ।

   Related Posts