ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ

Published By : Prameya-News7 Bureau | September 16, 2021 IST

ଖଣ୍ଡପଡା ୧୬।୯: ଲଗାଣ ବର୍ଷା ଯୋଗୁଁ ନଦୀ ନାଳଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ଖଣ୍ଡପଡା ଅଞ୍ଚଳରେ ସବୁ ଛୋଟ ବଡ ଜଳାଶୟଗୁଡିକର ପାଣି ବଢିଥିବା ଦେଖାଦେଇଛି । ତେବେ ମଙ୍ଗଳବାର ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସି ନିଖୋଜ ହୋଇ ଯାଇଛନ୍ତି ବୃଦ୍ଧ । ତାଙ୍କ ବୟସ ୬୦ ବର୍ଷ । ଏଭଳି ଅଭାବନୀୟ ଘଟଣା ଘଟିଛି ଖଣ୍ଡପଡା ମର୍ଦରାଜପୁର ଗାଁର ରଥିଆ ନାଳଠାରେ ।

{"id":512337,"width":753,"height":414,"sizeSlug":"full","linkDestination":"none"}

ମର୍ଦରାଜପୁର ଗାଁର ଦୁଃଶାସନ ଦାସ ରଥିଆ ନାଳକୁ ମାଛ ଧରିବାକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ । ତେବେ ତାଙ୍କର ଟର୍ଚ୍ଚ ଓ ଚପଲ ରଥିଆ ନାଳ ନିକଟରେ ଥିବା ଦେଖି ପାଣିରେ ଭାସିଯାଇଥିବା ସନ୍ଦେହ କରାଯାଉଛି ।

{"id":512338,"width":754,"height":415,"sizeSlug":"full","linkDestination":"none"}

ଦୁଃଶାସନଙ୍କ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଦୁଃଶାସନଙ୍କ ପତ୍ତା ମିଳି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.