ଶାଳିଆ ନଦୀରେ ଭାସିଗଲେ ବୃଦ୍ଧ : ୨ ଦିନ ହେଲା ଖୋଜୁଛି ଦମକଳ ବାହିନୀ, ମିଳୁନି ପତ୍ତା

Published By : Prameya-News7 Bureau | September 21, 2021 IST

ଟାଙ୍ଗୀ ୨୧।୯: ବାଣପୁର ଶାଳିଆ ନଦୀ ସ୍ରୋତରେ ଭାସିଗଲେ ବୃଦ୍ଧ । ଦୁଇ ଦିନ ହେଲା ଖୋଜୁଛି ଦମକଳ ବାହିନୀ । ହେଲେ ମିଳୁନାହିଁ ପତ୍ତା । ସୋମବାରଠାରୁ ବାଣପୁର ଶାଳିଆ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବୃଦ୍ଧଙ୍କ ଖୋଜ ଖବର ନାହିଁ ।

{"id":515210,"width":754,"height":415,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ୭ଟା ସମୟରେ ମାଣିକପୁର ଗ୍ରାମର ୬୦ ବର୍ଷ ବୟସ୍କ ବୃଦ୍ଧ ଚରଣ ବେହେରା ଶୌଚ ହେବା ପାଇଁ ଶାଳିଆ ନଦୀର ଜାମୁଆ ତୁଠକୁ ଯାଇଥିଲେ । ଶୌଚ ହେବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ବାଣପୁର ଅଗ୍ନିଶମ ବିଭାଗର ଏକ ଟିମ୍ ସହ ବାଣପୁର ପୋଲିସ ସୋମବାରଠାରୁ ଆଜି ପର୍ଯ୍ୟନ୍ତ ଖୋଜିବା କାର୍ଯ୍ୟ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚରଣଙ୍କ ସନ୍ଧାନ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.