ବର ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୋଗ କଷ୍ଟ ସହିନପାରି ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | September 22, 2021 IST

କୋଣାର୍କ ୨୨।୯: ବର ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର । କୋଣାର୍କ ଏନଏସିର ୭ ନମ୍ବର ଓ୍ବାର୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଯୋଗେନ୍ଦ୍ର ମାହାରଣା । ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି ।

{"id":515679,"width":752,"height":414,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଯୋଗେନ୍ଦ୍ର ମାହାରଣା ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଘର ପାଖରେ ଥିବା ସ୍କୁଲ ହତାରେ ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଖବର ପାଇ ସକାଳୁ ଗ୍ରାମବାସୀ କୋଣାର୍କ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଚାରିଛକ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି। ତାଙ୍କର ଦୁଇ ପୁତ୍ର ମାଧ୍ୟମା ନନ୍ଦ ମହାରଣା ଅନ୍ୟ ରାଜ୍ୟରେ ରହୁଥିବା ବେଳେ ସାନ ପୁଅ ପପୁ କାକଟପୁରରେ ରୁହନ୍ତି । ରୋଗରେ ପୀଡିତ ବୃଦ୍ଧ ଜଣଙ୍କ ଏକୁଟିଆ ରହୁଥିବାରୁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.