ତହସିଲ୍‌ ଅଫିସ୍‌ ଦୌଡ଼ି ଦୌଡ଼ି ସମସ୍ୟାର ସମାଧାନ କରିପାରିଲେନି ବୃଦ୍ଧ, ଶେଷରେ ଅଫିସ୍‌ ଆଗରେ ପିଇଦେଲେ କୀଟନାଶକ

Published By : Prameya-News7 Bureau | July 19, 2021 IST

ପଦ୍ମପୁର, ୧୯/୦୭: ତହସିଲ ସମସ୍ୟା କାରଣରୁ ଦୀର୍ଘ ଦିନ ତହସିଲ ଅଫିସକୁ ଦୌଡି ନୟାନ୍ତ ହେଲେ ବୃଦ୍ଧ । ହେଲେ କାମ ହୋଇପାରିଲା ନାହିଁ । ଦୁଃଖ ସମ୍ଭାଳି ନପାରି ବୄଦ୍ଧ ଜଣକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କିଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଏପରି ଏକ ଘଟଣା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ତହସିଲ ଅଫିସ ସମ୍ମୁଖରେ ଘଟିଥିବା ଜଣାପଡ଼ିଛି ।

ରାଇସଲପଦର ଗ୍ରାମର ଗଜିନ୍ଦ୍ର ବାରିକ (୬୫) ନାମକ ଜଣେ ବ୍ୟକ୍ତି କୀଟନାଶକ ଔଷଧ ପିଇ ତହସିଲ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କର ଛୋଟ ଖଣ୍ଡେ ଜମି ବିକ୍ରି କରିବାକୁ ଚେଷ୍ଟା କରି ଦୁଇ ମାସ ହେଲା ଗାଇସିଲେଟ ତହସିଲ ଅଫିସକୁ ଧାଉଁଥିଲେ । ତାଙ୍କ ଜମି ତହସିଲ ସମସ୍ୟା କାରଣରୁ ବିକ୍ରି କରିପାରି ନପାରିବାରୁ ଆଜି ହଠାତ୍ ତହସିଲ ଅଫିସ ସମ୍ମୁଖକୁ ଯାଇ କୀଟନାଶକ ପିଇ ଦେଇଥିବା ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.