ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | May 28, 2019 IST

ବଲାଙ୍ଗିର ୨୮|୫: ପାଣିରେ ବୁଡି ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବଂଗୋମୁଣ୍ଡା ଥାନା ତୁରେକେଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଭୋକଲା ସୁନା ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ଥାନା ତୁରେକେଲା ଗାଁର ଭୋକଲା ସୁନା ଗାଧୋଇବାକୁ ଯାଇଥିବାବେଳେ କୌଣସି କାରଣ ବଶତଃ ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଭୋକଲାଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କଣ୍ଟାବାଞ୍ଜି ହସପିଟାଲ ପଠାଇଛି ବଂଗୋମୁଣ୍ଡା ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.