ଗାଧୋଇବାକୁ ଯାଇ ଖାଲରେ ପଡି ବୃଦ୍ଧ ମୃତ

Published By : Prameya-News7 Bureau | September 09, 2019 IST

କେନ୍ଦୁଝର ୯/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହରପଡାର ପାତ୍ର ସାହିର ବିଲ ମଝିରେ ଏକ ଖାଲରେ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ପାତ୍ର ସାହିର ନରସିଂହ ପାତ୍ର।

{"id":155136,"width":576,"height":272}

ଆଜି ସକାଳୁ ସେ ବିଲ ମଝିରେ ଥିବା ଏକ ଖାଲକୁ ଗାଧୋଇବାକୁ ଯାଇଥିବା ସମୟରେ ଗୋଡ଼ ଖସି ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ସାହରପଡା ଅଗ୍ନିଶମ ବାହିନୀ ଓ ସାହରପଡା ଫାଣ୍ଡି ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।

{"id":155137}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.