କେନାଲ କଡରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
7/11/2019 at 10:14 AM

ନିଶ୍ଚିନ୍ତକୋଇଲି ୭।୧୧: କେନାଲ କଡରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ । ମୃତ ବୃଦ୍ଧଙ୍କ ପରିଚୟ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଟ୍ଟାମୁଣ୍ଡାଇ କେନାଲ ମାହାଙ୍ଗା ଭେଡା ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ ବୃଦ୍ଧଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ବୃଦ୍ଧଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ମୃତକଙ୍କ ସଂପୂର୍ଣ୍ଣ ପରିଚୟ ମିଳିନଥିବା ବେଳେ ସେ ଜଗତପୁର ଅନ୍ଦାରି ଗାଁ ବୋଲି ସୂଚନା ମିଳିଛି ।
Related Posts
ଘର ଭିତରୁ ଉଦ୍ଧାର ହେଲେ ମେଞ୍ଚାଏ ସାପ, ଭୟରେ ପରିବାର
13 April 2021