Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବଡ଼ଭାଇର କଟୁରୀ ମାଡ଼ରେ ସାନ ଭାଇ ମୃତ

21/03/2019 at 11:38 AM

ପାରାଦୀପ ୨୧/୩: ପାରାଦୀପ ଉପକଣ୍ଠ ନୂଆବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇର ଆକ୍ରମଣରେ ସାନଭାଇର ମୄତ୍ୟୁ ହୋଇଛି। ନୂଆବଜାର ଅଞ୍ଚଳରେ ସରକାରୀ ବାସଭବନରେ ଟ୍ରାଫିକ ବିଭାଗର କାର୍ଯ୍ୟରତ ଗୌରାଙ୍ଗ ସ୍ବାଇଁ ଓ ତାଙ୍କ ଦୁଇ ପୁଅ ସୁଦିପ୍ତ ସ୍ବାଇଁ ଓ ପ୍ରଦିପ୍ତ ସ୍ବାଇଁ ଦୀର୍ଘଦିନ ହେବ ରହିଆସୁଛନ୍ତି। ବଡ଼ପୁଅ ପ୍ରଦିପ୍ତ ସ୍ବାଇଁ ଜଣେ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ତେବେ ଆଜି ସକାଳେ ବଡ଼ପୁଅ ପ୍ରଦିପ୍ତଙ୍କ ଛୋଟପିଲାକୁ ସାନଭାଇ ସୁଦିପ୍ତ ଧରି ଗେଲ୍ହ କରୁଥିଲେ। ଏହାକୁ ନେଇ ଦୁଇ ଭାଇଙ୍କ ଭିତରେ ବଚସା ଆରମ୍ଭ ହୋଇଥିଲା। ବଡ଼ଭାଇ ମାନସିକ ବିକାରଗ୍ରସ୍ତ ଥିବାବେଳେ ଏହି ଛୋଟ କଥାରେ ସାନଭାଇକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଗୁରୁତର ଭାବେ ସାନଭାଇଙ୍କୁ ବନ୍ଦର ଚିକିତ୍ସାଳୟ ନିଆଯାଇଥିବାବେଳେ ଡ଼ାକ୍ତର ତାଙ୍କୁ ମୄତ ଘୋଷଣା କରିଥିଲେ। ପାରାଦୀପ ଆଦର୍ଶ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବଡ଼ଭାଇକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

   Related Posts