ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | April 30, 2019 IST

ସୁନ୍ଦରଗଡ ୩୦|୪: ସୁନ୍ଦରଗଡରେ ଅଭାବନୀୟ ଘଟଣା ଘଟିଛି । ତେନ୍ତୁଳି ଗଛ ମୂଳରୁ ବୃଦ୍ଧାଙ୍କ ମୃତଦେହ ଠାବ ହୋଇଛି । କୁତ୍ରା ଥାନା କଟାଙ୍ଗ ପଞ୍ଚାୟତ ମାତେଲିପଡା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ମାଗଦଲି ସାଏ । ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ଗତକାଲି ସେ ମଦ ପିଇବାକୁ ଯାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.