Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଶିକୁଳିରେ ବନ୍ଧା ଜୀବନ : ମାନସିକ ବିକାରଗ୍ରସ୍ଥ କହି ୨ ବର୍ଷ ହେଲା ରଶିରେ ବାନ୍ଧି ରଖିଛନ୍ତି ପରିବାର ଲୋକେ

8/06/2019 at 7:19 PM

ପଟ୍ଟାମୁଣ୍ଡେଇ ୮/୬ : ଶିକୁଳିର ବନ୍ଧନ ଭିତରେ ବିତୁଛି ବୃଦ୍ଧା ଙ୍କ ଜିବନ । ମାନସିକ ବିକାରଗ୍ରସ୍ଥ ଦର୍ଶ।ଇ ଦିର୍ଘ 2 ବର୍ଷ ହେବ ପରିବାର ଲୋକେ ବୃଦ୍ଧା ଙ୍କୁ ଏକ ଦୌଡି ବାନ୍ଧି ରଖଛନ୍ତି । ତେବେ ନିରବଚ୍ଚିନ୍ନ ଭାବରେ ବୃଦ୍ଧା ବନ୍ଧା ହୋଇ ରହିବା ଦ୍ବାରା ବୃଦ୍ଧାଙ୍କ ଶରିରର ବିଭିନ୍ନ ଯାଗାରେ କ୍ଷତ ସୃଷ୍ଟି ହେବା ସହ ଏହି ରୋଗ ଜଟିଳ ହେବାରେ ଲାଗିଛି । ଅନ୍ୟପକ୍ଷେ ପରିବାର ଲୋକେ ଆର୍ଥିକ ଅସ୍ବଚ୍ଛଳତା ଏବଂ ନିଜର ଅସହାୟତା ଦର୍ଶାଇ ଏହି ବୃଦ୍ଧାଙ୍କ ଚିକିତ୍ସା କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବିଲିକଣା ଗାଁର ।

ଲଙ୍ଗଳ ଦୌଡି ବନ୍ଧା ହୋଇରହିଥତ୍ବା ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବିଲିକଣା ଗ୍ରାମର ଦୁଲା ତରାଇ । ତେବେ ଆପଣ ଯେଉଁ ଅବସ୍ଥାରେ ତାଙ୍କୁ ଦେଖୁଛନ୍ତି ତାହା ଆଜିର ଚିତ୍ର ନୁହେଁ ଦିର୍ଘ ୨ ବର୍ଷ ହେଲାଣି ଏଭଳି ଦୌଡିରେ ବନ୍ଧା ହୋଇ ପଡିରହିଛନ୍ତି । ହାତରେ ଗୋଡରେ ପାଦରେ ଘା, କେଉଠି ମାଛି ଭଣ ଭଣ ଆଉ କେଉଠି ପୁଜ ବାହାରୁଛି ତ କେଉଠୁ ରକ୍ତ ବାହାରୁଛି । ତେବେ ମାନସିକ ବିକାରଗ୍ରସ୍ଥ ହୋଇଥିବାରୁ ପରିବାର ଲୋକେ ରଶିରେ ବାନ୍ଧ ରିଖିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । କିନ୍ତୁ ମାନସିକ ବିକାରଗ୍ରସ୍ଥ ରୋଗିକୁ ଯେଉଁ ଚିକିତ୍ସା ଆବଶ୍ୟକ ତାକୁ ପରିବାର ଲୋକେ ଯୋଗାଇ ଦେଉନାଁହାନ୍ତି ।

ଏଥତ୍ପାଇଁ ଆର୍ଥକ ଅସ୍ବଚ୍ଛଳତାର କାରଣ ଦର୍ଶ।ଇଛନ୍ତି ପରିବାର ଲୋକେ । ଅନ୍ୟପଟେ ଦୁଲାଙ୍କର ଏଭଳି ଅବସ୍ଥା ପାଇଁ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି ଗ୍ରାମବାସୀ । ଦୁଲାଙ୍କର ଗୋଟିଏ ବୋଲି ପୁଅ, ସେ ପୁଣି ଦାଦନ ଖଟିବାକୁ ବିଦେଶରେ ଯାଇ ରହିଛି । ଘରେ କହିଲେ କେବଳ ବୋହୁ ଓ ଛୋଟ ଛୋଟ ନାତୀ ନାତୁଣି ଦୁଇଟି । ଅଭାବ ଅନାଟନ ଭିତରେ ରହି କେତେବେଳେ ଖାଇବାକୁ ପାଇେଲ ତ କେତେବଳେ ଉପାଷ ତେଣୁ ଏଭଳି ଅବସ୍ଥାରେ ପଡି ପଡି ମାନସିକ ରୋଗରେ ପିଡିତ ହୋଇଯାଇଛନ୍ତି ଦୁଲା । 

ଏ ମାନସିକ ବିକାର ଗ୍ରସ୍ଥ ରୋଗି ଜଣେ ପ୍ରଥମେ ମଣିଷ । ଜଣେ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଜଣେ ମଣିଷକୁ ଗୋଟେ ପଶୁ ଭଳି ବାନ୍ଧି ପକାଇରଖିବା ଆଦୌ ଗ୍ରହଣୀୟ ନୁହେଁ । କି ଖରା କି ବର୍ଷା , କି ଶୀତ, ବାରମାସୀ ସେହି ରଶିରେ ବନ୍ଧା ହୋଇ ବାହାରେ ପଡିରହିଛନ୍ତି । ଏଘଟଣାକୁ ସ୍ଥାନୀୟ ବୁଦ୍ଧୀଜିବି ମହଲରେ ନାପଷନ୍ଦ କରିବା ସହିତ ଏହି ବୃଦ୍ଧା ଜଣଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ଦାବୀ କରିଛନ୍ତି । ଅନ୍ୟପକ୍ଷରେ ଏଭଳି ଘଟଣାକୁ ପରିବାର ଲୋକେ ସ୍ବିକାର କରିବା ସହିତ ଗୋଟେ ଘର ଥିବାରୁ ସେ ବୃଦ୍ଦାଙ୍କୁ ବାହାରେ ବାନ୍ଧିରଖିଛନ୍ତି ବୋଲି ସ୍ବିକାର ମଧ୍ୟ କରିଛନ୍ତି ।

ତେବେ ପାରିପାର୍ଶିକ ସ୍ଥିତିରୁ ଯାହା ଅନୁମାନ କରାଯାଏ ବୃଦ୍ଦା ଜଣଙ୍କ ସବୁକିଛି ଜାଣି ପରୁଛନ୍ତି, ଶୁଣି ପାରୁଛନ୍ତି ଓ ବୁଝିବି ପାରୁଛନ୍ତି । ହଲେ କାହିଁକି ପରିବାର ଲୋକେ ଏଭଳି ତାଙ୍କୁ ବାନ୍ଧି ରଖିଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ । ଆଉ ଯଦି ବୃଦ୍ଧାଙ୍କ ମାନସିକ ସ୍ଥିତି ଠିକ ନାହିଁ ତେବେ କଣ ପାଇଁ ତାଙ୍କୁ ମାନସିକ ଚିକିତ୍ସାଳୟରେ ନଛାଡି ଏଭଳି କଲବଲ କରୁଛନ୍ତି ।

ଅନ୍ୟପଟେ ସରକାର ମଧ୍ୟ ବହୁ ଯୋଜନା ହାତକୁ ନେଉଛନ୍ତି କିନ୍ତୁ ଏଭଳି ଘଟଣାକୁ କାହିଁକି ନଜର ଅନ୍ଦାଜ କରୁଛନ୍ତି ।  ତୁରନ୍ତ ବୃଦ୍ଧାଙ୍କ ଚିକିତ୍ସା ପାଇଁ ସରକାର ଓ ପରିବାର ଯଦି ଆଗେଇ ଆସନ୍ତେ ତେବେ ବୃଦ୍ଧା ଜଣଙ୍କ ସୁସ୍ଥ ହୋଇପାରନ୍ତେ ।   

   Related Posts