ଅସହାୟ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କଲା ପ୍ରଶାସନ, ମହିଳା ଜଣକ କାକଟପୁର ଅଞ୍ଚଳର ହୋଇଥିବା ସୂଚନା

Published By : Prameya-News7 Bureau | December 04, 2021 IST

ପୁରୁଷୋତ୍ତମପୁର, ୦୪/୧୨: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଏକ୍ସିସ୍ ବ୍ଯାଙ୍କ ନିକଟରୁ ଏକ ଅଚିହ୍ନା ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରିଛି ପ୍ରଶାସନ। କିଛିଦିନ ଧରି ବ୍ୟାଙ୍କ ସମ୍ମୁଖରେ ଥିବା ଏକ ନିର୍ମାଣଧିନ ଗୃହରେ ଅଖିଆ ଅପିଆ ଭୋକ ଓପାସରେ ଏହି ବୃଦ୍ଧା ଜଣକ ପଡି ରହିଥିଲେ । ଏହି ଖଵର ପ୍ରଶାସନର ଦୃଷ୍ଟିକୁ ଆସିଥିଲା ।ସ୍ଥାନୀୟ ପ୍ରଶାସନିକ ଅଧିକାରି ଵୁଝାଇଥିଲେ ମଧ୍ୟ ବୃଦ୍ଧା ଜଣକ ସେଠାରୁ ଯିଵାକୁ ରାଜିନଥିଲେ ।

ଶେଷରେ ସ୍ଥାନୀୟ ତହସିଲଦାର ନୀତିଶ କୁମାର ତ୍ରିପାଠୀ ବୃଦ୍ଧାଙ୍କ ପାଖରେ ପହଂଚି ବୁଝାସୁଝା କରିବା ପରେ ବୃଦ୍ଧାଶ୍ରମ ଯିବାକୁ ରାଜି କରାଇଥିଲେ। ଏକ କମ୍ବଳ ଏବଂ କିଛି ଖାଦ୍ୟ ଆଣି ତହସିଲଦାର ଦେଇଥିଲେ। ବର୍ତ୍ତମାନ ବର୍ଷା, ବାତ୍ୟା ଭୟ ଥିବାରୁ ଅଜଣା ଏହି ବୃଦ୍ଧାଙ୍କୁ ପୁରୁଷୋତ୍ତମପୁର ଥାନା ଅଧିକାରୀ ଓ ବିଡିଓ, ସିଡିପିଓ ନେଇ ଭୂତସରସିଂ ବୃଦ୍ଧା ଆଶ୍ରମରେ ରଖିବାର ବ୍ଯବସ୍ଥା କରିଛନ୍ତି। ବୃଦ୍ଧା ଜଣକ ମାନସିକ ବିକାରଗ୍ରସ୍ତ ଓ କାକଟପୁର ଅଂଚଳ ବୋଲି ସୂଚନା ମିଳିଛି। ତେବେ ତହସିଲଦାରଙ୍କ ଏଭଳି ମହତ୍ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.