ଓଭରବ୍ରିଜ୍ ପିଲର ଖୁଣ୍ଟିରୁ ୬୫ ବର୍ଷ ବୃଦ୍ଧା ଉଦ୍ଧାର
7/07/2020 at 11:45 AM

ଭୁବନେଶ୍ୱର ୦୭।୦୭: ୬୫ ବର୍ଷ ବୃଦ୍ଧାଙ୍କୁ ଓଭର ବ୍ରିଜ ପିଲର ଖୁଣ୍ଟିରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ସିଆରପି ଛକ ଓଭର ବ୍ରିଜରେ ଥିବା ଫାଙ୍କ ଭିତରେ ଜଣେ ବୃଦ୍ଧା କୌଣସି ଉପାୟରେ ଚଢି ଯାଇଥିଲେ । ସକାଳୁ ମର୍ଣ୍ଣିଂ ୱାକରେ ଯାଉଥିବା ଲୋକମାନେ ବୃଦ୍ଧାଙ୍କୁ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ ।

ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ତୁରନ୍ତ ଏ ନେଇ ଅଗ୍ନିଶମ ବିଭାଗକୁ ଜଣାଇଥିଲା । ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ବୃଦ୍ଧା ଜଣଙ୍କ ଭୁବନେଶ୍ବର ସଲିଆ ସାହି ଅଂଚଳର ବୋଲି ଜଣାପଡିଛି । ତେବେ କିଭଳି ବୃଦ୍ଧା ଜଣଙ୍କ ପିଲର ଖୁଣ୍ଟିକୁ ଚଢିଗଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
Related Posts
ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ
8 March 2021