ବୃଦ୍ଧାଙ୍କୁ ଗଛ ମୂଳେ ଛାଡି ଚାଲିଗଲେ, ଉଦ୍ଧାର କଲେ ସ୍ଥାନୀୟଲୋକ

Published By : Prameya-News7 Bureau | April 08, 2021 IST

ଭଦ୍ରକ ୮।୪: ବୃଦ୍ଧାଙ୍କୁ ଗଛ ମୂଳେ ଛାଡି ଚାଲିଗଲେ । ବୃଦ୍ଧା ଜଣଙ୍କ ଗଛ ମୂଳରେ ଅସହାୟ ଅବସ୍ଥାରେ ବସିଥିବା ବେଳେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଯୁବକମାନେ ତାଙ୍କୁ ପଚରାଉଚରା କରିବା ପରେ ମଧ୍ୟ ବୃଦ୍ଧା ଜଣଙ୍କ ଘର ଠିକଣା କହିପାରିଲେ ନାହିଁ । ଶେଷରେ ଯୁବକମାନେ ତାଙ୍କୁ ନେଇ ଆସିୟାନାର ସ୍ବାଧାର ଗୃହରେ ଛାଡିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ଜନୈକ ବୃଦ୍ଧା ଗଛ ମୂଳେ ବସିଥିବା ସ୍ଥାନୀୟ ଲୋକେ ଦେକିଥିଲେ । ସ୍ଥାନୀୟ ଲୋକେ ପଚାରିବାରୁ ସେ କିଛି କହିପାରିନଥିଲେ । କେବଳ କହିଥିଲେ ଯେ ତାଙ୍କୁ କିଏ ଆଣି ଏଠାରେ ଛାଡି ଚାଲିଯାଇଛି । ବୃଦ୍ଧା ଜଣଙ୍କ ତାଙ୍କ ଘର ଓ ଠିକଣା ମଧ୍ୟ କହି ପାରୁନାହାନ୍ତି । ପରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସହିଦ ଭଗତ ସେନାର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି ଭଦ୍ରକ ସହରର ଆସିୟାନାର ସ୍ବାଧାର ଗୃହରେ ଛାଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.