ଇଏ କିଭଳି ପୁଅ ? ଗୋଟିଏ ପୁଅ ନେତା, ଆଉ ଜଣେ ଅଧିକାରୀ, ହେଲେ ରାସ୍ତାରେ ପଡିଛି ବୃଦ୍ଧା ମା'

Published By : Prameya-News7 Bureau | August 19, 2020 IST

ଚଣ୍ଡୀଗଡ଼ ୧୯/୦୮ : ପଞ୍ଜାବ ଶ୍ରୀ ମୁକ୍ତସର ସାହିବରେ ୮୦ ବର୍ଷ ବୟସ୍କ ଜଣେ ମହିଳା ଖୋଲା ପଡିଆରୁ ଉଦ୍ଧାର ହୋଇଛନ୍ତି | ବୟସ୍କ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା | ପ୍ରାପ୍ତ ସୂଚନା ଅନୁଯାୟୀ, ମହିଳାଙ୍କୁ ଗୁଜ୍ଜର ରୋଡ଼ରେ ମାଟିରେ ତିଆରି ଦୁଇ ଫୁଟର କାନ୍ଥ ଉପରୁ ପ୍ଲାଏ ଟୁକୁଡା ଭିତରୁ ଉଦ୍ଧାର କରାଯାଇଥିଲା | ମହିଳାଙ୍କ ଶରୀରରେ ଲୁଗା ମଧ୍ୟ ନଥିଲା | ତାଙ୍କ ମୁଣ୍ଡରେ ପୋକ ବୁଲୁଥିଲେ | ରାସ୍ତାରେ ଯାଉଥିବା ଜଣେ ଯାତ୍ରୀ ମହିଳାଙ୍କୁ ଏହିଭଳି ଅବସ୍ଥାରେ ଦେଖି ସମାଜସେବୀ ସଂଗଠନକୁ ସୂଚନା ଦେଇଥିଲେ | ସମାଜସେବୀ ସଂଗଠନ ପୋଲିସ ସାହାଯ୍ୟରେ ମହିଳାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା | ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା |

ମହିଳାଙ୍କର ଦୁଇ ପୁଅ ଥିବା ଜଣାପଡିଛି | ଜଣେ ଅଧିକାରୀ ଏବଂ ଅନ୍ୟ ଜଣେ ନେତା | ମହିଳାଙ୍କ ନାତୁଣୀ ପିସିଏସ ଅଧିକାରୀ | କିନ୍ତୁ ପୁଅମାନେ ମା'କୁ ଏହି ଅବସ୍ଥାରେ ଏକା ଛାଡି ଦେଇଥିଲେ |

{"id":317135,"sizeSlug":"large"}

ହସ୍ପିଟାଲରେ ଡାକ୍ତର ମହିଳାଙ୍କ ଯାଞ୍ଚ କରିଥିଲେ | ମହିଳାଙ୍କ ମୁଣ୍ଡରେ ପୋକ ହୋଇଯାଇଥିବା ଡାକ୍ତର କହିଥିଲେ | ମହିଳାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା | ମହିଳା ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା | ପୁଅମାନଙ୍କୁ ଯେତେବେଳେ ମା' ବିଷୟରେ ସୂଚନା ମିଳିଲା, ସେମାନେ ଆସି ତାଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ସେଠାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା |

ଏହି ମାମଲାରେ ଏଏସଆଇ ଦୀଲବାଗ ସିଂହ କହିଛନ୍ତି ଯେ ଯାଞ୍ଚ ସମୟରେ ଜଣାପଡିଥିଲା ଯେ ବୟସ୍କା ମହିଳା କୋଟଲି ରୋଡ଼ରେ ରହୁଥିଲେ | ମା'ର ଦେଖାଶୁଣା ପାଇଁ ପୁଅମାନେ କାହାକୁ କହିଥିଲେ | ସେ ପ୍ରତି ମାସରେ ପୁଅମାନଙ୍କ ଠାରୁ ଦରମା ନେଉଥିଲା କିନ୍ତୁ ଦେଖାଶୁଣା କରୁନଥିଲା | ପରିବାର ଲୋକ ମଧ୍ୟ ମହିଳାଙ୍କ ପ୍ରତି ନିଜ ଦାୟିତ୍ୱ ବହନ କରିନଥିଲେ | ଫଳରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଥିଲା | ଜିଲ୍ଲା ଡେପୁଟି କମିଶନର ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.