ପାଣି କାଢିବା ବେଳେ ୪୦ଫୁଟ ଗଭୀର କୂଅରେ ଖସିପଡିଲେ ବୃଦ୍ଧା, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | June 25, 2021 IST

ଅନୁଗୋଳ ୨୫।୬: ୪୦ ଫୁଟ ଗଭୀର କୂଅରୁ ଉଦ୍ଧାର ହେଲେ ବୃଦ୍ଧା । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଏଭଳି ଘଟଣା ଘଟିଛି ଅନୁଗୋଳ ସହରର ସୌଭାଗ୍ୟନଗର ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ୬ଟା ସମୟରେ ୬୦ ବର୍ଷ ବୟସ୍କା ବୃଦ୍ଧା ବିଳାସିନୀ ପରିଡା ପାଣି କାଢୁଥିବା ସମୟରେ ହଠାତ ୪୦ ଫୁଟ ଗଭୀର କୂଅ ଭିତରକୁ ଖସି ପଡିଥିଲେ । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ରବୀନ୍ଦ୍ର ନାୟକ ଗଭୀର କୂଅ ଭିତରେ ପଶି ବୃଦ୍ଧାଙ୍କୁ ରଶି ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ରବୀନ୍ଦ୍ରଙ୍କ ଏପରି ସାହସିକତାକୁ ଅଞ୍ଚଳବାସୀ ପ୍ରସଂଶା କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.