କୂଅରୁ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ : ଅଜାଣତରେ ଖସିପଡିଥିଲେ

Published By : Prameya-News7 Bureau | May 29, 2021 IST

ଯାଜପୁର ୨୯/୫ : କୂଅରୁ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଗ୍ରାମରେ । ଗାଁର ଜଣେ ୭୦ବର୍ଷର ବୃଦ୍ଧା ମହିଳା ମରୁଆ ଜେନା ଘର ପାଖରେ ଥିବା କୂଅ ଅଜାଣତରେ ପଡି ଯାଇଥିଲେ । କୂଅରେ ପାଣି ରହିଥିବା ବେଳେ ବୃଦ୍ଧ ମହିଳା ଜଣକ ବୁଡିକି ରହିଥିବା ବେଳେ ପରିବାର ଲୋକେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଅଧ ଘଣ୍ଟାର ପରିଶ୍ରମ ପରେ ବୃଦ୍ଧ ମହିଳାଙ୍କୁ କୂଅରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ. ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥଲେ । ଅଗ୍ନିଶମ ବାହିନୀର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.