Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଥରେ କିମ୍ବା ଦୁଇ ଥର ନୁହେଁ, ୧୦ ଥର ରିପୋର୍ଟ ଆସିଥିଲା ନେଗେଟିଭ୍‌, କିନ୍ତୁ କରୋନାରେ ଚାଲିଗଲା ମହିଳାଙ୍କ ଜୀବନ

6/05/2021 at 4:12 PM

ନୂଆଦିଲ୍ଲୀ ୬/୫: କରୋନା ଟିକା ଆସିବା ପରେ ମଧ୍ୟ ମହାମାରୀରେ ବ୍ରେକ ଲାଗିପାରି ନାହିଁ। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଏମିତି ଏକ ମାମଲା ବ୍ରିଟେନରୁ ଆସିଛି। ଜଣେ ୫୫ ବର୍ଷୀୟା ମହିଳା ଲଗାତାର କରୋନା ଟେଷ୍ଟ କରିଥିଲେ। ଏମିତି ୧୦ ଥର କରୋନା ନେଗେଟିଭ୍‌ ଚିହ୍ନଟ ହୋଇଥିବା ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ‘ଦ ସନ୍‌’ର ରିପୋର୍ଟ ଅନୁସାରେ ୫୫ ବର୍ଷୀୟା ଡେବ୍ରା ଶ’ ହାର୍ନିଆ ଅପରେସନ୍‌ କରିବାକୁ ରୟାଲ ଷ୍ଟକ୍‌ ୟୁନିଭର୍ସିଟିରେ ଆଡମିଟ୍‌ ହୋଇଥିଲେ।

ଅପରେସନ୍‌ ପରେ ସେ ସୁସ୍ଥ ହୋଇଆସୁଥିଲେ । କିନ୍ତୁ ହଠାତ ତାଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ ହୋଇଥିଲା। ଏହା ପ​‌ରେ ସେ କୋମାକୁ ଚାଲିଯାଇଥିଲେ । ଦୁଇ ସପ୍ତାହ ପରେ ଚିକିତ୍ସାଧୀନ ଅବସ୍ଥାରେ ଡେବ୍ରାଙ୍କ ମୃତ୍ୟୁ ହୋଇଯାଇଛି । ଡେବ୍ରାଙ୍କୁ କୋଭିଡ୍‌ ଫ୍ରି ଓ୍ବାର୍ଡରେ ରଖାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପରିବାରଙ୍କୁ ଡେବ୍ରାଙ୍କ ମୃତ୍ୟୁ ଖବର ଦେଇଥିଲେ। କିନ୍ତୁ ପରେ ଯାଞ୍ଚ କଲା ପରେ ଜଣାପଡ଼ିଲା ଡେବ୍ରାଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଛି। ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ଯଦି ସେ କରୋନା ପଜିଟିଭ୍‌ ଥିଲେ ତେବେ ତାଙ୍କୁ କାହିଁକି କୋଭିଡ୍‌ ଫ୍ରି ଓ୍ବାର୍ଡରେ ରଖାଯାଇଥିଲା ବୋଲି ଡେବ୍ରାଙ୍କ ପରିବାର ଲୋକେ ପଚାରିଛନ୍ତି।

ସେପଟେ ମୃତକଙ୍କ ପୁଅ କ୍ରିସ୍‌ କହିଛନ୍ତି, ମୋ ମାଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ ହେବା ପରେ ଲଗାତାର କରୋନା ଟେଷ୍ଟ କରାଯାଇଥିଲା। କିନ୍ତୁ ପ୍ରତି ଟେଷ୍ଟ ନେଗେଟିଭ୍‌ ଆସିଥିଲା।  ଫୁସଫୁସରୁ ସାମ୍ପଲ ନିଆଯାଇଥିଲେ ବି କରୋନା ଭୂତାଣୁ ଉପସ୍ଥିତି ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। ଏହା ସତ୍ବେ ମାଙ୍କ ମୃତ୍ୟୁ ପ୍ରମାଣପତ୍ରରେ କରୋନା ପଜିଟିଭ୍‌ ଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ ବୋଲି କ୍ରିସ୍‌ କହିଛନ୍ତି।

ଠିକ ଏମିତି ଏକ ମାମଲା ରାଜଧାନୀ ଦିଲ୍ଲୀରୁ ଆସିଥିଲା। ଜଣେ ୮୦ ବର୍ଷୀୟା ମହିଳାଙ୍କ ଠାରେ କରୋନାର ଭୂତାଣୁର ଗୁରୁତର ଲକ୍ଷଣ ଥିଲା। କିନ୍ତୁ ତାଙ୍କର ଟେଷ୍ଟ ରିପୋର୍ଟ ବାରମ୍ବାର ନେଗେଟିଭ୍‌ ଆସିଥିଲା। ଏହା ସହ ଜଣେ କନିଷ୍ଠ ଡାକ୍ତର ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରିଥିଲେ। ଏପରିକି ତାଙ୍କ ଛାତି ଯନ୍ତ୍ରଣା ହେଉଥିଲା। ଏହା ସତ୍ବେ ତାଙ୍କ କୋଭିଡ ରିପୋର୍ଟ ଦୁଇ ଥର ନେଗେଟିଭ ଆସିଥିଲା।

   Related Posts