Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟଙ୍କା ନଦେଇ ପାରିବାରୁ ଶୌଚାଳୟରୁ ବଞ୍ଚିତ ଚାଲି ପାରୁନଥିବା ବୃଦ୍ଧା

4/09/2019 at 5:24 PM

କେନ୍ଦ୍ରାପଡା ୪।୯ :  ହାତ ଗୁଞ୍ଜା ନଦେଲେ ମିଳିବନି  ସରକାରୀ ଯୋଜନାର ସୁବିଧା । କେନ୍ଦ୍ରାପଡା  ବାରୁଅ ଗାଁର ବୃଦ୍ଧା ସରସ୍ବତୀ ଟଙ୍କା ଦେଇ ନପାରିବାରୁ ଶୌଚାଳୟ ଯୋଜନାରୁ ବଞ୍ଚିତ । ଆଉ ଜନ୍ମରୁ ପୋଲିଓ ଆକ୍ରାନ୍ତ  ସରସ୍ବତୀ ଶୌଚ ପାଇଁ ପାଣି-କାଦୁଅରେ ହାମୁଡେଇ ହାମୁଡେଇ ଯିବା ଆସିବା କରୁଛନ୍ତି ।

ବୟସ ଅଧିକ ହୋଇଯାଇଥିବାରୁ ଏହି ବୃଦ୍ଧାଜଣ ସରସ୍ବତୀ ପରିଡା  ଦୁଇ ହାତ ଦୁଇ ଗୋଡ ଲଗେଇ ହାମୁଡେଇ ହାମୁଡେଇ ଯାଉଛନ୍ତି ।ଘର  କେନ୍ଦ୍ରାପଡାର ବାରୁଅ ଗାଁର । ବୟସ ୭୦ ଛୁଇଁଲାଣି ।ଏତିକି କଷ୍ଟରେ ଶୌଚ ପାଇଁ ଯାଉଛନ୍ତି । ମାତ୍ର ୨ ହଜାର ଟଙ୍କା ହାତଗୁଂଜା ଦେଇ ନପାରିବାରୁ ସେ ନିଜ ପାଇଁ ଶୌଚାଳୟଟି ବନାଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି  ।

‘ସ୍ବଛ ଭାରତ ମିଶନ ଗ୍ରାମୀଣ’ ଯୋଜନାରେ ହିତାଧିକାରୀମାନଙ୍କୁ ନିଜ ପାଇଁ ଶୌଚାଳୟଟିଏ ବନାଇବା ପାଇଁ ସରକାର ୧୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି । ହଲେ ସରସ୍ବତୀଙ୍କୁ ପାଇଖାନାଟିଏ କରାଇ ଦେବା ପାଇଁ କହି ୨ ହଜାର ଟଙ୍କା ଦାବି କରିଥିଲେ ସମ୍ପକୃ୍ ଯୋଜନାର କର୍ମଚାରୀ । ଆଉ ଦିବ୍ୟାଙ୍ଗ ସରସ୍ବତୀ ଟଙ୍କା ଦେବାକୁ ସକ୍ଷମ ନୁହନ୍ତି ବୋଲି ଜଣାଇଥିଲେ । ତେଣୁ ବର୍ଷା ଦିନେ ପାଣି କାଦୁଅରେ ପାଖ ହିଡ଼ ନହେଲେ ବାଉଁଶ ବାଡ଼ିକୁ ଯିବାକୁ ପଡ଼ୁଛି । 

ସରସ୍ବତୀ ଜନ୍ମରୁ ପୋଲିଓ ଆକ୍ରାନ୍ତ । ତେଣୁ ବାରମ୍ବାର ସରକାରୀ ଅଫିସ୍ କୁ ଯାଇ ନିଜ ସମସ୍ୟା କହିବା କି ସରକାରୀ ବାବୁମାନଙ୍କୁ ଭେଟିବା ତାଙ୍କ ପାଇଁ ସମ୍ଭବ ନୁହେଁ ।  ଯୋଜନାରେ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ନିରାଶ ହେବା ପରେ ଏବେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ।ସରସ୍ବତୀଙ୍କ ଘର ପାଖରେ ଥିବା ୫-୭ ପରିବାରର ମଧ୍ୟ ଶୌଚାଳୟ ନାହିଁ ।  ଅବଗତ କରିବା ପରେ ଜିଲ୍ଲାପାଳ ଘଟଣା ତଦନ୍ତ  ନିର୍ଦଶେ ଦେଇଛନ୍ତି ।

   Related Posts