ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Published By : Prameya-News7 Bureau | October 28, 2020 IST

ଉଦଳା ୨୮।୧୦: ବୃଦ୍ଧାଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ଘର ଭିତରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । କପ୍ତିପଦା ଥାନା ବେଲଡିହା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":351914,"sizeSlug":"large"}

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବେଲଡିହା ଗାଁରେ ବୃଦ୍ଧାଙ୍କ ମୃତଦେହ ମିଳିଛି । ମୃତକ ହେଲେ ଶର୍ମାମଣି ସେଠୀ । ଦୁଇ ଦିନ ହେବ ଶର୍ମାମଣି ଘରୁ ବାହାରି ନ ଥିଲେ । ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.