ରେଳ ଧାରଣାରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
18/01/2021 at 1:17 PM

ମାର୍ଶାଘାଇ ୧୮।୧: ଟ୍ରେନ୍ ଲାଇନରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର । ହରିଦାସପୁର-ପାରାଦୀପ ରେଳ ଧାରଣା ଉପରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମ ନିକଟ ହରିଦାସପୁର-ପାରାଦୀପ ରେଳ ଧାରଣାରେ ଜଣେ ବୃଦ୍ଧାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ବୃଦ୍ଧା ଜଣଙ୍କ ନିକଟସ୍ଥ ଓସ୍ତର ଗ୍ରାମର ସୀତାମଣି ସ୍ବାଇଁ ବୋଲି ଜଣାପଡିଛି । ବୃଦ୍ଧା ଜଣଙ୍କ ରେଳ ଧାରଣା ଉପରେ ଦୁଇଖଣ୍ଡ ହୋଇ ପଡିଥିବା ବେଳେ ଟ୍ରେନରେ କଟି ଯାଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବୃଦ୍ଧା ଜଣଙ୍କ କାହିଁକି ଏତେ ସକାଳୁ ରେଳ ରାସ୍ତା ଉପରକୁ ଆସିଥିଲେ ତାହା ଜଣା ପଡିନଥିବା ବେଳେ ଆତ୍ମହତ୍ୟା କରିଥିବା ନେଇ ଅନୁମାନ କରାଯାଉଛି ।